ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆମେରିକାରେ ବିମାନ ଦୁର୍ଘଟଣାରେ ୧୯ ମୃତ

0

ଆମେରିକା: ଆମେରିକାରେ ବଡ଼ ବିମାନ ଦୁର୍ଘଟଣା। ହେଲିକପ୍ଟର ସହ ଏକ ବିମାନର ଧକ୍କା ହୋଇଛି। ରୋନାଲ୍ଡ ରେଗନ ଏୟାରପୋର୍ଟ ନିକଟରେ ଏକ ବିମାନ ଅବତରଣ କରିବା ସମୟରେ ହେଲିକପ୍ଟରକୁ ଧକ୍କା ଦେଇଥିଲା। ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ବିମାନଟି ପୋଟୋମେକ୍ ନଦୀକୁ ଖସି ପଡିଥିଲା। ୩୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନଦୀ ମଧ୍ୟରୁ ୧୯ ଜଣଙ୍କ ମୃତଦେହ ମିଳିଛି। ଯାତ୍ରୀବାହୀ ବିମାନରେ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ରହିଥିଲେ। ସେହିପରି ଆର୍ମି ହେଲିକପ୍ଟରରେ ୩ ଜଣ ସେନା ଅଧିକାରୀ ରହିଥିଲେ।

ଏକ ଯାତ୍ରୀବାହୀ ବିମାନ ଓ ଆର୍ମିର ଗୋଟିଏ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବିମାନଟି ୱାଶିଂଟନ ଡିସି ନିକଟ ରୋନାଲଡ ରେଗାନ ୱାଶିଂଟନ ନ୍ୟାଶନାଲ ଏୟାରପୋର୍ଟରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନ ଓ ହେଲିକପ୍ଟର ପୋଟୋମାକ ନଦୀରେ ଖସି ପଡ଼ିଛି। ନଦୀରୁ ୧୯ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି।ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସି ବିନିଯୋଗ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ପାଇଁ ସମସ୍ତ ବିମାନକୁ ବାତିଲ କରାଯାଇଛି।

Leave A Reply

Your email address will not be published.