ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଅଯୋଧ୍ୟାରେ ନିର୍ମାଣ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାମଲାଲାଙ୍କ ଦର୍ଶନ ପାଇଁ ଯାଉଥିବା ଓଡିଶାର ଭକ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ ଘୋଷଣା କରିଛନ୍ତି। ଅଯୋଧ୍ୟାରେ ହେବ ଓଡିଶା ଭବନ। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ। ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର। ସେଥିପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଗତକାଲି ପ୍ରୟାଗରାଜ ଯାଇ ବୁଡ ପକାଇଥିଲେ। ଆଉ ଆଜି ଅଯୋଧ୍ୟ ଯାଇ ରାମଲଲାଙ୍କ ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଉଥିବା ଓଡିଶାର ଭକ୍ତଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଠି ଓଡିଶା ଭବନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏବେ ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀ, କୋଲକତା, ଚେନ୍ନାଇଠାରେ ଏହି ଭବନ କାର୍ଯ୍ୟକ୍ଷମ ରହିଛି। ଗୃହ ବିଭାଗ ପକ୍ଷରୁ ଏହି ଭବନଗୁଡ଼ିକର ପରିଚାଳନା କରାଯାଉଛି। ସମାନ ଭାବରେ ଏବେ ରାମଲଲାଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମଧ୍ୟ ଏହି ଭବନ ନିର୍ମିତ ହେବ। ଯାହା ଦ୍ବାରା ସେଠାକୁ ଯାଉଥିବା ଓଡିଶା ଲୋକ ଏହାର ସେଠି ରହିବା ଓ ଖାଇବା ସୁବିଧା ପାଇପାରିବେ।

Leave A Reply

Your email address will not be published.