ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଟ୍ୱିନ୍‌ ସିଟିକୁ ଜଗିବ ଏଆଇ କ୍ୟାମେରା

0

ଭୁବନେଶ୍ବର: ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଲାଗିବ ଏଆଇ କ୍ୟାମେରା। ଏନେଇ ସୋମବାର ପୁଲିସ କମିଶନର ସୁରେଶ ଦେବଦତ୍ତସିଂ ସୂଚନା ଦେଇଛନ୍ତି। ଆଡଭାନ୍ସ ଫେସିଆଲ୍ ରେକୋକନାଇଜ ସିଷ୍ଟ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀ। ବାୟୋ ମେଟ୍ରିକ୍ସ ଆକ୍ସେସ କଣ୍ଟ୍ରୋଲ ସିଷ୍ଟ ଜରିଆରେ ଚିହ୍ନଟ ହେବେ। ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ପୁଲିସ ପକ୍ଷରୁ ଗୁରୁତ୍ୱ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କରିବ ପୁଲିସ। ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି,ସିକ୍ୟୁରିଟି ଗାର୍ଡ ମୁତୟନକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ତେବେ ଏବେ ରାଜଧାନୀ ଭୁବନେଶ୍ବର ତଥା ସିଲଭର ସିଟି କଟକରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଚୋରି ଡକାୟତି ସାଙ୍ଗକୁ ଗଣ୍ଡଗୋଳ ମଧ୍ୟ ବୃଦ୍ଧି ପାଇଛି। ଦିନ ଦ୍ବିପହରରେ ଲୋକଙ୍କୁ ମୁଣ୍ଡ ଗଣ୍ଡିରୁ ଅଲଗା କରିଦିଆଯାଉଛି। ଯାହା ଏବେ ଟ୍ବିନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଛି। ତା ଉପରେ ପୁଣି ବେପୁରୁଆ ଗାଡିଚାଳନା। ବେପୁରୁଆ ହୋଇ କିଛି ଲୋକ ଟ୍ରାଫିକ ନିୟମ ନମାନି ଗାଡି ଚଳାଉଛନ୍ତି, ଫଳରେ ଶହ ଶହ ଦୁର୍ଘଟଣା ଘଟୁଛି। ଏବେ ଏ ସବୁ ଉପରେ ନଜର ରଖିବ ଏଆଇ। ଏଆଇ କ୍ୟାମେରା ଦ୍ବାରା ଏମାନଙ୍କୁ ସାବାଡ କରିବାରେ ଏବେ ସଫଳ ହେବେ ପୋଲିସ୍ ବିଭାଗ।

Leave A Reply

Your email address will not be published.