ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ସାମିଲ

0

ଭୁବନେଶ୍ବର: ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି। ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ଏହା ସୂଚନା ଦେଇଛନ୍ତି।

ସେ ଦେଇଥିବା ତଥ୍ୟ ଅନୁସାରେ, ପିଏମ୍‌ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ ହୋଇଛନ୍ତି। ୧୮ତମ କିସ୍ତି ପ୍ରଦାନ ବେଳେ ବାଦ ପଡ଼ିଥିବା ଚାଷୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସ୍ବତନ୍ତ୍ର ଡ୍ରାଇଭ୍‌ ଜରିଆରେ ବିଭାଗ ପକ୍ଷରୁ ସେମାନଙ୍କୁ ୧୯ତମ କିସ୍ତିରେ ସାମିଲ୍‌ କରାଯାଇଛି। ଗତ ଥର ଅପେକ୍ଷା ଏଥର ୩ ଲକ୍ଷ ୪୩ ହଜାର ୪୪୭ ହିତାଧିକାରୀଙ୍କ ବୃଦ୍ଧି ଘଟିଛି। ଯେଉଁମାନେ ବାଦ୍‌ ପଡ଼ିଛନ୍ତି ପରେ ପୋର୍ଟାଲରେ ଆବେଦନ କରିପାରିବେ ବୋଲି ସଚିବ ପାଢ଼ୀ କହିଛନ୍ତି।।

Leave A Reply

Your email address will not be published.