ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଗେରୁଆ ରଙ୍ଗ ହେବ ସରକାରୀ ସ୍କୁଲ

0

ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ରଙ୍ଗ ବଦଳାଇବା ପାଇଁ ଘୋଷଣା କରିଛନ୍ତି। ବଦଳିବ ସରକାରୀ ସ୍କୁଲର ରଙ୍ଗ। ସରକାରୀ କୋଠାର ରଙ୍ଗ ନୀଳରୁ ଗେରୁଆ ହେବ। ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୩୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମସ୍ତ ସରକାରୀ ବିଦ୍ୟାଳୟରେ ସମାନ ରଙ୍ଗ କୋଡ୍ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍‍ ଅନୁସାରେ ସ୍ଥିର ହେବ।

“ନିର୍ମାଣ, ମରାମତି ଏବଂ ନବୀକରଣ କାର୍ଯ୍ୟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ବିଦ୍ୟାଳୟ ସମେତ ସମସ୍ତ ସରକାରୀ ବିଦ୍ୟାଳୟରେ ଗେରୁଆ ରଙ୍ଗ କୋଡ୍ ଗ୍ରହଣ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଇଛି। ପୂର୍ବରୁ ସ୍କୁଲ୍‍ ଓ ସରକାରୀ କୋଠାର ରଙ୍ଗ ଏହିପରି ହେଉଥିଲା। କିନ୍ତୁ ରାଜ୍ୟରେ ୫-ଟି ହସ୍ତକ୍ଷେପ ପରେ ସ୍କୁଲ୍‍ କୋଠା ସମେତ ବିଭିନ୍ନ ସରକାରୀ କୋଠାର ରଙ୍ଗକୁ ବଦଳାଯାଇଥିଲା।

Leave A Reply

Your email address will not be published.