ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଦିନିକିଆରୁ ଅବସର ଘୋଷଣା କଲେ ଷ୍ଟିଭ୍‌ ସ୍ମିଥ୍‌

0

ନ୍ୟୁଜ ବ୍ୟୁରୋ: ଚମ୍ପିଆନ୍ସ ଟ୍ରଫି ୨୦୨୫ ସେମିଫାଇନାଲରେ ଭାରତଠାରୁ ପରାଜିତ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଦିନିକିଆ କ୍ରିକେଟକୁ ଅଲ୍‌ବିଦା କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ୧୭୦ଟି ଦିନିକିଆ ଖେଳି ଶେଷରେ ବୁଧବାର ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ସ୍ମିଥ୍‌।

ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆର ଅଧିନାୟକ ତଥା ସିନିୟର ଖେଳାଳି ଷ୍ଟିଭ ସ୍ମିଥ ଏହି ପରାଜୟ ପରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପ୍ୟାଟ କମିନ୍ସଙ୍କ ବଦଳରେ ସ୍ମିଥ ଦଳର ନେତୃତ୍ୱ ନେଉଥିଲେ। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ସ୍ମିଥଙ୍କ ଅବସର ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ୩୫ ବର୍ଷୀୟ ସ୍ମିଥ ଅଷ୍ଟ୍ରେଲିଆ ପକ୍ଷରୁ ୧୬୯ ଦିିନିକିଆ ମ୍ୟାଚ ଖେଳିଛନ୍ତି। ସେ ୪୩.୦୬ ଆଭରେଜରେ ୫୭୨୭ ରନ ସଂଗ୍ରହ କରିଛନ୍ତି। ସେ ୧୨ ଶତକ ଓ ୩୪ ଅର୍ଦ୍ଧଶତକ ମାରିଥିବା ବେଳେ ୧୬୪ ସର୍ବଶ୍ରେଷ୍ଠ ସ୍କୋର ରହିଛି।
ସ୍ମିଥ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ୩ଟି ଇନିଂସରେ ୯୭ ରନ ସଂଗ୍ରହ କରିଛନ୍ତି। ୨ଟି ବିଶ୍ୱକପ ଜିତିବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ଏବେ ଯୁବ ପିଢ଼ୀଙ୍କୁ ନେଇ ୨୦୨୭ ବିଶ୍ୱକପ ପାଇଁ ପ୍ରସ୍ତୁତି କରିବା ସମୟ ଉପନୀତ ହୋଇଛି। ବହୁତ ଭାବିଚିନ୍ତି ମୁଁ ଏହି ନିଷ୍ପତି ନେଇଛି ବୋଲି ସ୍ମିଥ କହିଛନ୍ତି।

Leave A Reply

Your email address will not be published.