ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

0

ଭୁବନେଶ୍ବର: ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆଜି ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କ ଖାତାକୁ ୫୦୦୦ ଲେଖାଏଁ ଟଙ୍କା ଯାଇଛି।

ଆଜିକୁ ମିଶେଇ ମୋଟ ୧ କୋଟି ୨୦ ହଜାର ମହିଳା ସୁଭଦ୍ରା ଯୋଜନାର ସହାୟତା ପାଇସାରିଲେଣି। ଆଉ ଦିନକ ପରେ ପୁଣି, ମାର୍ଚ୍ଚ ୮ ତାରିଖରେ ମହିଳା ଦିବସରେ, ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି। ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଏଥିପାଇଁ ସୁଭଦ୍ରାର ଯୋଜନାର ଦ୍ବିତୀୟ କିସ୍ତି ମିଳିବା ପୂର୍ବରୁ ସୁଭଦ୍ରା ଦୀପ ଜାଳିବାକୁ ଆହ୍ବାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଜଣେ ସୁଭଦ୍ରାଙ୍କ ପାଇଁ, ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ କହିଛନ୍ତି ମନ୍ତ୍ରୀ। ଯାହା ଘରେ ଯେତେଜଣ ସୁଭଦ୍ରା ତାଙ୍କ ଘରେ ସେତେଟା ଦୀପ ଜାଳନ୍ତୁ।

ସେପଟେ ସୁଭଦ୍ରା ଆବେଦନ ପାଇଁ ଶେଷ ତାରିଖ ୩୧ ମାର୍ଚ୍ଚକୁ ଧାର୍ଯ୍ୟ କରିଚନ୍ତି ସରକାର। ତେଣୁ ଏହା ଭିତରେ ଆବେଦନ କରିବା ପାଇଁ କହିଛନ୍ତି ସରକାର। ଯୋଗ୍ୟ ହିତାଧିକାରୀ ଯେପରି ସୁଭଦ୍ରା ଯୋଜନରୁ ବଞ୍ଚିତ ନହେବେ ସେନେଇ ହିତାଧିକାରୀଙ୍କୁ ଖୋଜିବାକୁ ଡୋର ଟୁ ଡୋର ସର୍ଭେ କରାଯିବ। ମାର୍ଚ୍ଚ ୩୧ପରେ ସର୍ଭେ ହେବ, ସର୍ଭେ ସରିବା ପରେ ଯେଉଁମାନେ ଯୋଗ୍ୟ ହୋଇଥିବେ ସେମାନେ ରକ୍ଷା ବନ୍ଧନରେ, ଏକାସାଙ୍ଗରେ ୩ଟି କିସ୍ତିର ଟଙ୍କା ପାଇବେ।

Leave A Reply

Your email address will not be published.