ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି। ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କଟକର ବିଭିନ୍ନ ସ୍ଥାନରେ ହୋଇଛି ଚଢାଉ ହେଉଛି।
ସୂଚନାଥାଉ କି, ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧିନ କୋଠାରେ ରେଡ କରୁଛି ଭିଜିଲାନ୍ସ। ସେପଟେ ନୟାଗଡ ରଣପୁରରେ ଥିବା ଫାର୍ମହାଉସ, ଖୋର୍ଦ୍ଧା ଟାଙ୍ଗୀରେ ପୈତୃକ ଘର, ପୁରୀ ଭକ୍ତ ରତ୍ନ ଲେନରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ବିଭାଗ। ସେହିପରି ଭୁବନେଶ୍ବର ମଳିପ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ନାଁରେ ର୍ନିମାଣଧିନ କୋଠା ଓ କଟକ ସ୍ଥିତ କାର୍ୟ୍ୟାଳୟରେ ଖୋଳତାଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।
ଚଢାଉରେ ଦୁଇ ଜଣ ଅତିରିକ୍ତ ଏସ୍ପି, ୧୩ ଜଣ ଡିଏସ୍ପି , ୧୨ ଜଣ ଇନ୍ସପେକ୍ଟର , ୨୫ ଜଣ ଏଏସଆଇ ସାମିଲ୍ ରହିଛନ୍ତି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଞ୍ଚଳରେ ଥିବା ଘର, ରଘୁନାଥପୁର ଅଞ୍ଚଳରେ ଥିବା ୪ ମହଲା ଫ୍ଲାଟ୍ , ନୟାଗଡ ରଣପୁରରେ ଥିବା ଫାର୍ମ ହାଉସ୍ , ଭୁବନେଶ୍ଵର ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଥିବା ୫ ମହଲା ବିଶିଷ୍ଟ ନିର୍ମାଣଧୀନ ଘର, ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଥିବା ଘର, ପୁରୀରେ ଥିବା ସମ୍ପର୍କୀୟଙ୍କ ଘର ଏବଂ କଟକ ସ୍ଥିତ ଅଫିସରେ ଚଢାଉ ଚାଲିଛି।
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା