ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଅନୁଭବଙ୍କ ସହ ନିର୍ବନ୍ଧ ପରେ ଫଟୋ ଶେୟାର ଜାଗୃତି

0

କଟକ: ଦୀର୍ଘ ଦିନର ଚର୍ଚ୍ଚାର ଅନ୍ତ ଘଟିଛି। ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ଶେଷ ହୋଇଛି। ମଧ୍ୟପ୍ରଦେଶ ଝିଅ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଠାରୁ ଅଲଗା ହେବା ପରେ ପୁଣି ଥରେ ହାତକୁ ଦି ହାତ ହେବାକୁ ମନ ବଳାଇଛନ୍ତି ଅନୁଭବ।

ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ଦିନରୁ ବିଭିନ୍ନ ଗଣମାଧ୍ୟମରେ ଅନୁଭବ- ଜାଗୃତିଙ୍କ ବିବାହ ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିଲା। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଏବେ ନିଜେ ଜାଗୃତି ଏହାକୁ ଅଫିସିଆଲ ସ୍ବୀକୃତି ଦେଇଛନ୍ତି। ସୋସିଆଲ ମିଡିଆରେ ଜାଗୃତି ନିଜେ ନିର୍ବନ୍ଧ ଫଟୋ ଶେୟାର କରିଛନ୍ତି। ଅନେକ ଦିନ ହେବ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ନିର୍ବନ୍ଧ ଫଟୋ ଶେୟାର କରି ଚମକାଇ ଦେଇଛନ୍ତି ଜାଗୃତି। ଖୁବଶୀଘ୍ର ଉଭୟ ବିବାହ କରିବା ନେଇ କଳ୍ପନାଜଳ୍ପନା ହେଉଛି।

ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି, ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି।

Leave A Reply

Your email address will not be published.