ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

0

ଭୁବନେଶ୍ବର: ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି। ସୂଚନା ଦେଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି। ବିଜୁ ଜୟନ୍ତୀରେ ଏହାକୁ ପ୍ରସଙ୍ଗ କରିଥିଲା ବିଜେପି।

ବିଜୁ ବାବୁ’ କେବଳ ବିଜେଡିର ନୁହଁନ୍ତି। ବିଜୁ ବାବୁଙ୍କୁ ବ୍ୟବହାର କରି ବିଜେଡି ରାଜନୀତି କରୁଛି। ବିଜୁଙ୍କୁ ସମ୍ମାନ କଥା କହୁଥିବା ଦଳର ପାର୍ଟି ଅଫିସ୍‌ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ। କଡ଼ା ଭାଷାରେ ବିଜେଡିକୁ ସମାଲୋଚନା କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବିଜେଡି ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରିଛି। ସମ୍ମାନ କଥା କହି ତାଙ୍କୁ ବାରମ୍ବାର ଅସମ୍ମାନ କରିଛି। ବିଜୁ ବାବୁଙ୍କୁ ମୋହନ ମାଝୀଙ୍କ ସରକାର ସବୁବେଳେ ଆଗ ଧାଡ଼ିରେ ରଖିଛି। ଗଲା ନିର୍ବାଚନରେ ବିଜୁ ବାବୁଙ୍କ ଫଟୋ କାଢ଼ି ଦେଇଥିଲା ବିଜେଡି। ଏବେ ପାଦ ତଳୁ ମାଟି ଖସିଗଲାଣି ବୋଲି ବିଜୁଙ୍କୁ ନେଇ ରାଜନୀତି କରୁଛି ଦଳ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.