ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ଼, ୩ ଆହତ

0

ଖଲ୍ଲିକୋଟ: ବାହାଘର ପ୍ରୋସେସନ ପାଲଟିଲା ରଣକ୍ଷେତ୍ର। ଖଲ୍ଲିକୋଟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ। ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। । ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଚଣ୍ଡୀ ପୀଠରେ ବାହାଘର ପ୍ରୋସେସନ ଚାଲିଥିବା ସମୟରେ ବିବାଦ ହୋଇଛି। ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ। ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ପରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବ ଶତ୍ରୁତାରୁ ଛୁରାମାଡ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.