ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ଼, ୩ ଆହତ

0

ଖଲ୍ଲିକୋଟ: ବାହାଘର ପ୍ରୋସେସନ ପାଲଟିଲା ରଣକ୍ଷେତ୍ର। ଖଲ୍ଲିକୋଟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ। ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। । ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଚଣ୍ଡୀ ପୀଠରେ ବାହାଘର ପ୍ରୋସେସନ ଚାଲିଥିବା ସମୟରେ ବିବାଦ ହୋଇଛି। ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ। ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ପରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବ ଶତ୍ରୁତାରୁ ଛୁରାମାଡ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.