ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ସୁନା ଚୋରା ଚାଲାଣ ମାମଲାରେ ରିମାଣ୍ଡରେ ରାନ୍ୟା ରାଓ

0

ବେଙ୍ଗାଲୁରୁ: ସୁନା ଚୋରାଚାଲାଣ ମାମଲାରେ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଯାଇଛି। ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ)ର ଯୁକ୍ତି ପରେ ବେଙ୍ଗାଲୁରୁସ୍ଥିତ ଇକୋନୋମିକ୍‌ ଅଫେନ୍ସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାନ୍ୟାଙ୍କୁ ଜେରା ସମୟରେ ଏକ ବଡ଼ ସୁନା ଚୋରା ଚାଲାଣ ଗ୍ୟାଙ୍ଗ ସହ ତାଙ୍କ ସମ୍ପର୍କ ସମ୍ବନ୍ଧରେ ଜଣାପଡ଼ିପାରେ ବୋଲି ଡିଆର୍‌ଆଇର ଓକିଲ କହିଥିଲେ।

ତେବେ ଏହି ଘଟଣା ସାମ୍‌ନାକୁ ଆସିବା ପରେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ ରହିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)ରେ ବଡ଼ଧରଣର ପରିବର୍ତ୍ତନ କରିବା ପାଇଁ କର୍ନାଟକ ସରକାର ପ୍ରସ୍ତୁତ ହେଉଛନ୍ତି। ବେଙ୍ଗାଲୁରୁ ଏୟାରପୋର୍ଟର ଏସ୍‌ଓପି ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କ ପରିବାରବର୍ଗଙ୍କୁ ବିମାନବନ୍ଦରରେ ମିଳୁଥିବା ‘ପ୍ରୋଟୋକଲ ଷ୍ଟାଫ୍‌’ ସୁବିଧାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଥିବା କର୍ନାଟକ ଗୃହ ମନ୍ତ୍ରୀ ଜି. ପରମେଶ୍ୱରା କହିଛନ୍ତି।

Leave A Reply

Your email address will not be published.