ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଗାଁକୁ ଆସିଲା ବିଭାଷଙ୍କ ପାର୍ଥିବ ଶରୀର

0

ଦାରିଙ୍ଗବାଡ଼ି: କର୍ଣ୍ଣାଟକରୁ ଦାରିଙ୍ଗବାଡ଼ି ତେରାବାଡି ଗାଁକୁ ଆସିଲା ବିଭାସ କୁମାର ନାୟକଙ୍କ ପାର୍ଥିବ ଶରୀର। ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆତ୍ମୀୟଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି ସାରା ଅଞ୍ଚଳ। ବିଭାସଙ୍କ ଶେଷ ଦର୍ଶନ ପାଇଁ ସମ୍ପର୍କୀୟଙ୍କ ଭିଡ଼ ଲାଗିଛି। ଗାଁ ମଶାଣୀରେ ବିଭାସଙ୍କ ପାର୍ଥୀବ ଶରୀରର ଶେଷକୃତ୍ୟ ସମ୍ପନ୍ନ ହେବ।

କର୍ଣ୍ଣାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟରେ ରହିଥିବା କେନାଲ ରେ ଫିଙ୍ଗିଦେବା ଓ ସେଥିରେ ୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକଙ୍କ ମତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ତେରବାଡି ଗ୍ରାମର ବିଜୟ ନାୟକଙ୍କ ଗୋଟିଏ ମାତ୍ର ପୁଅ ବିଭାଷ ନାୟକ (୩୦ )। ପାଣିରେ ବୁଡ଼ି ବିଭାସଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

Leave A Reply

Your email address will not be published.