ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଗାଁକୁ ଆସିଲା ବିଭାଷଙ୍କ ପାର୍ଥିବ ଶରୀର

0

ଦାରିଙ୍ଗବାଡ଼ି: କର୍ଣ୍ଣାଟକରୁ ଦାରିଙ୍ଗବାଡ଼ି ତେରାବାଡି ଗାଁକୁ ଆସିଲା ବିଭାସ କୁମାର ନାୟକଙ୍କ ପାର୍ଥିବ ଶରୀର। ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆତ୍ମୀୟଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି ସାରା ଅଞ୍ଚଳ। ବିଭାସଙ୍କ ଶେଷ ଦର୍ଶନ ପାଇଁ ସମ୍ପର୍କୀୟଙ୍କ ଭିଡ଼ ଲାଗିଛି। ଗାଁ ମଶାଣୀରେ ବିଭାସଙ୍କ ପାର୍ଥୀବ ଶରୀରର ଶେଷକୃତ୍ୟ ସମ୍ପନ୍ନ ହେବ।

କର୍ଣ୍ଣାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟରେ ରହିଥିବା କେନାଲ ରେ ଫିଙ୍ଗିଦେବା ଓ ସେଥିରେ ୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକଙ୍କ ମତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ତେରବାଡି ଗ୍ରାମର ବିଜୟ ନାୟକଙ୍କ ଗୋଟିଏ ମାତ୍ର ପୁଅ ବିଭାଷ ନାୟକ (୩୦ )। ପାଣିରେ ବୁଡ଼ି ବିଭାସଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

Leave A Reply

Your email address will not be published.