ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଜୟା ହୋଟେଲ ପରିସରରେ ୧୬୩ ଲାଗୁ

0

ପୁରୀ: ମଟନ ନାଁରେ ଗୋମାଂସ ବିକ୍ରି ଅଭିଯୋଗ ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ଜିଲା ପ୍ରଶାସନ। ଏହି ଢ଼ାବାରେ ମଟନ୍ ନାଁରେ ଗୋମାଂସ ରୋଷେଇ କରି ଗ୍ରାହକ ମାନଙ୍କୁ ଦିଆଯାଉଥିଲା।

ଜୟା ଢାବାର ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି। ୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ ବୋଲି ଚେତାବନୀ ରହିଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ ଘେରାବନ୍ଦୀ କରି ରଖିଛି। କହିରଖୁଛୁ ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି।

ସ୍ୱତନ୍ତ୍ର ମଟନ୍ ଖାଦ୍ୟ ପାଇଁ ଜଣାଶୁଣା ଏହି ହୋଟେଲ ପ୍ରତିଦିନ ଶହ ଶହ ଗ୍ରାହକଙ୍କୁ ଆକର୍ଷିତ କରୁଥିଲା। ଯଦିଓ ଅଭିଯୋଗ ଆସୁଥିଲା ଯେ ମଟନ୍ ବଦଳରେ ଗୋମାଂସ ପରିବେଷଣ କରାଯାଉଥିଲା ଏବଂ କେତେକ ସମୟରେ ମଟନ୍ ସହିତ ଗୋମାଂସ ଚର୍ବି ମିଶାଇ ରନ୍ଧା ହେଉଥିଲା।

Leave A Reply

Your email address will not be published.