ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ରାଜ୍ୟରେ ବଢୁଛି ନକଲି ଔଷଧ କାରବାର

0

ଭୁବନେଶ୍ବର: ଆଜି ବିଧାନସଭାରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହା ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ନକଲି ଔଷଧ କାରବାର ବୃଦ୍ଧି ପାଇଛି। ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ଗତ ୩ ବର୍ଷ ଭିତରେ ୪ ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି ସରକାର।

ଭାଜପାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି। ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଯେଉଁଥିରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଏବଂ ହାଇଦ୍ରାବାଦ ଭଳି ଅନ୍ୟ ସ୍ଥାନରୁ ନକଲି ଔଷଧ ଯୋଗାଣ କରାଯାଇଥିଲା।

୨୦୨୨-୨୩ ଆର୍ଥିକ ବର୍ଷରେ ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ ମୋଟ ୪୫ଟି ଟାବଲେଟ୍ ଏବଂ ରିଙ୍ଗର୍ସ ଲାକ୍ଟେଟ୍ ନିମ୍ନମାନର ଘୋଷଣା କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ଟି ଔଷଧ ନକଲି ବୋଲି ଚିହ୍ନଟ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬ଟି ନକଲି ଔଷଧ ଚିହ୍ନଟ ହୋଇଛି। ଏପର୍ଯ୍ୟନ୍ତ ଏଥିରେ ୪ଟି ଯୋଗାଣକାରୀ ସଂସ୍ଥାକୁ କଲା ତାଲିକାଭୁକ୍ତ କରାଯାଉଥିବା ବେଳେ ତାହା ମଧ୍ୟରେ କୋଲକାତାର ଏଲଏ କେମିକୋ ପ୍ରାଇଭେଟ୍ ଲିମିଟେଡ୍, ଉତ୍ତର ପ୍ରଦେଶର ସ୍ୱରୂପ ଫାର୍ମାସ୍ୟୁଟିକାଲ ପ୍ରାଇଭେଟ ଲିମିଟେଡ, ମଧ୍ୟପ୍ରଦେଶର ଆଇଭସ୍ ଡ୍ରଗ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଏବଂ ଆଲାଏନ୍ସ ବାୟୋଟେକ, ହାଇଦ୍ରାବାଦ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.