ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭୂପେଶ ବାଘେଲଙ୍କ ପୁଅ ଘରେ ଇଡି ରେଡ୍

0

ଛତିଶଗଡ଼: ମଦ ଦୁର୍ନୀତି ଘଟଣାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ଛତିଶଗଡ ଭିଲାଇରେ ଚୈତନ୍ୟଙ୍କ ବାସଭବନ ସମେତ ପ୍ରାୟ ୧୪ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ରହିଛି। ତେବେ କୁହାଯାଉଛି, ଛତିଶଗଡରେ ୨୧୬୧ କୋଟି ଟଙ୍କାର ମଦ ଦୁର୍ନୀତି ନେଇ ଚୈତନ ବାଘେଲଙ୍କ ଘରେ ରେଡ୍ କରିଛି ଇଡି।

ତେବେ ଆଜି ସକାଳେ ଏହି ରେଡ୍ ଜାରି ହୋଇଥିବା ବେଳେ ଏହାକୁ ନେଇ ତାଜିଛନ୍ତି ଭୂପେଶଙ୍କ ସମର୍ଥକ। ଘର ଆଗରେ ପ୍ରତିବାଦ କରିଛନ୍ତି। ଯାହାକୁ ନେଇ କିଛି ଅପ୍ରୀତିକର ସ୍ଥିତି ଏଡାଇବା ପାଇଁ ଇଡି ଦଳ ସହିତ ସ୍ଥାନୀୟ ପୋଲିସ ମଧ୍ୟ ଘର ବାହାରେ ମୁତୟନ ହୋଇଛନ୍ତି। ତେବେ ମଦ ଦୁର୍ନୀତି ସହିତ ଜଡିତ ଆର୍ଥିକ ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାଗୁଡ଼ିକୁ ନେଇ ଏହି ରେଡ୍ ଜାରି କରିଛି ଇଡି। ଏହି ମାମଲାରେ ଅନେକ ପ୍ରଶାସନିକ ଅଧିକାରୀ ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଆଉ ଏଥିରେ ଭୂପେଶ ବାଘେଲଙ୍କ ପୁଅ ଚୈତନ ଜଡିତ ଥିବା ଅଭିଯୋଗ ରହିଛି । ବର୍ତ୍ତମାନ ଚୈତନ୍ୟ ବାଘେଲ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କରନ୍ତି ଏବଂ ଚାଷ ମଧ୍ୟ କରନ୍ତି।
ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଛତିଶଗଡ଼ରେ ମଦ ଦୁର୍ନୀତି ସାମ୍ନାକୁ ଆସିଥିଲା। ଯେଉଁଥିରେ ତାଙ୍କର ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘୋଟାଲା ପ୍ରାୟ ୨୧୬୧ କୋଟି ଟଙ୍କାର ଘୋଟଲା ହୋଇଥିଲା। ଇଡି ଏହି ମାମଲାର ତଦନ୍ତ କରୁଛି ଏବଂ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ଅଛି। ଏଥିସହିତ ଭୂପେଶ ବାଘେଲଙ୍କ ବିରୋଧରେ ଆଉ ଦୁଇଟି ଅଭିଯୋଗ ମଧ୍ୟ ଆସିଥିଲା। ମହାଦେବ ସଟ୍ଟା ଆପ୍ ଏବଂ କୋଇଲା ଲେଭି ଦୁର୍ନୀତିରେ ହେରଫେରରେ କଂଗ୍ରେସ ମହାସଚିବ ଭୂପେଶ ବାଘେଲଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା। କୋଇଲା ଲେଭି ଦୁର୍ନୀତି ପ୍ରାୟ ୫୭୦ କୋଟି ଟଙ୍କାର ଘୋଟାଲା ହୋଇଥିବା ବେଳେ ଏହାର ତଦନ୍ତ ଏବେ ଚାଲିଛି। ଯେଉଁ କାରଣରୁ ଗତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ଭୂପେଶ। ତେବେ ଭୂପେଶ ବାଘେଲ ୨୦୧୮ ରୁ ୨୦୨୩ ମଧ୍ୟରେ ଛତିଶଗଡର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ପୁଣି ୨୦୨୩ ବିଧାନସଭା ନିର୍ବାଚନରେ, କଂଗ୍ରେସ ଭୂପେଶଙ୍କ ଚେହେରା ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ହେଲେ ପରାଜୟର ସମ୍ମୁଖୀନ ହୋଇଥିଲା।

Leave A Reply

Your email address will not be published.