ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରାଜ୍ୟରେ ପାଳନ ହେଲା ଉତ୍କଳ ଦିବସ

0

ଭୁବନେଶ୍ବର: ଆଜି ଏପ୍ରିଲ୍ ୧, ୨୦୨୫, ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।

ଭାଷା ଗୋଟିଏ ଜାତିର ପରିଚୟ। ଦିନ ଥିଲା ଓଡ଼ିଶାର ଭୌଗଳିକ ସୀମା ଅମରକଣ୍ଟକ ଠାରୁ ଆରମ୍ଭ କରି ଗୋଦାବରୀ ଯାଏଁ ପରିବ୍ୟାପ୍ତ ଥିଲା। ରାଜା ବଂଶ, ମରହଟ୍ଟା, ମୋଗଲ ଓଡ଼ିଶାକୁ ଶାସନ କଲେ। ବହୁ ସଂଘର୍ଷ ପରେ ଗଠନ ହେଲା ଓଡ଼ିଶା ରାଜ୍ୟ। ପ୍ରତିବର୍ଷ ଏପ୍ରିଲ ୧ ରେ ଉତ୍କଳ ଦିବସ ପାଳୁଛି ଓଡ଼ିଶା। ଏଥିପାଇଁ ବହୁ ବରପୁତ୍ରଙ୍କ ତ୍ୟାଗ ପରିଶ୍ରମ କରିଥିଲେ। ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଥିଲା ଭାରତର ପ୍ରଥମ ରାଜ୍ୟ। ବ୍ରିଟିଶ ଶାସନ କାଳରେ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସି ଅଧିନରେ ଥିଲା।

ଓଡ଼ିଶାର ଇତିହାସ ଗଭୀର ଓ ଗୌରବମୟ। ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଏହାର ଯାତ୍ରା ଅନୁପ୍ରେରଣାଦାୟୀ। ଏହି ଦିନ ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ମଧୁସୂଦନ ଦାସ ଆଦି ମହାନ ନେତାଙ୍କ ଯୋଗଦାନକୁ ମଧ୍ୟ ସ୍ମରଣ କରାଯାଏ, ଯେଉଁମାନେ ଓଡ଼ିଶାର ସ୍ୱାଭିମାନ ପାଇଁ ସଂଘର୍ଷ କରିଥିଲେ। ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା। ଓଡ଼ିଶାକୁ ବଙ୍ଗ ପ୍ରଦେଶରେ ସାମିଲ କରିବାର ଚକ୍ରାନ୍ତ ହୋଇଥିଲା। ତେଲୁଗୁମାନେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିଲେ।

ଏହି ପରିସ୍ଥିତିରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱ ତଥା ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା। ଓଡ଼ିଶା ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ୱଭାବକବି ଗଙ୍ଗାଧର ମେହେର ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ। ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ୧୯୩୬ ଏପ୍ରିଲ୍ ପହିଲାରେ ଓଡ଼ିଶା ଏକାଠି ହୋଇଥିଲା।

Leave A Reply

Your email address will not be published.