ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ସେମିଳିଗୁଡ଼ାରୁ ରାଜା ଚକ୍ରଙ୍କ ଜବତ ହେଲା ୧୪ ଗାଡି

0

ସେମିଳିଗୁଡ଼ା: ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଝାଳିଆଗୁଡା ନିକଟ କାଜୁ ବାଡ଼ରୁ ୧୩ଟି ଟିପ୍ପର ଓ ଗୋଟିଏ ଜେସିବି ଜବତ ହୋଇଛି। ଜବତ ୧୪ ଗାଡ଼ି ରାଜା ଚକ୍ରଙ୍କର ବୋଲି କୁହାଯାଉଛି।

ସେମିଳିଗୁଡ଼ା ଥାନା ଅଧିକାରୀ ଅନିତା କୁଜୁରଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଜବତ ଗାଡିଗୁଡ଼ିକର ଶେଷ ନମ୍ୱର ୨୧ ରହିଥିବା ସୁନାବେଡ଼ା ଏସଡ଼ିପିଓ ସୁମିତ୍ରା ଜେନା କହିଛନ୍ତି। ଗିରଫ ହୋଇଥିବା ରାଜା ଚକ୍ରଙ୍କ ଅନ୍ୟ ସମସ୍ତ ଗାଡିର ନମ୍ବର ୨୧ ରହିଥିବାରୁ ଜବତ ଗାଡି ତାଙ୍କର ବୋଲି ସନ୍ଦେହ କରାଯାଉଛି। ଏନେଇ ଇଓଡ଼ବ୍ଲ୍ୟୁକୁ ସୂଚନା ଦିଆଯାଇଛି।

ଇଓଡ଼ବ୍ଲ୍ୟୁ ଟିମ ଆସିବା ପରେ ଅଧିକ ତଥ୍ୟ ମିଳିବ। ଠାବ ହୋଇଥିବା ଗାଡିଗୁଡିକର କୌଣସି କାଗଜପତ୍ର ମିଳିପାରି ନାହିଁ। ଗାଡିଗୁଡ଼ିକ ସେମିଳିଗୁଡ଼ା ପୋଲିସ ହେପାଜତରେ ରହିଥିବା ଏସଡ଼ିପିଓ କହିଛନ୍ତି। ରାଜାଚକ୍ରଙ୍କ ଗିରଫକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ବ୍ୟାବସାୟିକ ସାମ୍ରାଜ୍ୟ କେନ୍ଦୁଝରରୁ କୋରାପୁଟକୁ ଲମ୍ବିଥିବା ଜଣାପଡ଼ିଛି।

Leave A Reply

Your email address will not be published.