ନୂଆଦିଲ୍ଲୀ: ଆଜି ପବିତ୍ର ରାମ ନବମୀ। ଉତ୍ସବମୁଖର ରାମ ନଗରୀ ଅଯୋଧ୍ୟା। ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି। ରାମ ନବମୀକୁ ନେଇ ସାରା ଦେଶ ଉତ୍ସବମୁଖର। ରାମ ନଗରୀ ଅଯୋଧ୍ୟା ଆଜି ପଡୁଛି ଉଠୁଛି। ଅଯୋଧ୍ୟା ରାମ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ଅଦ୍ଭୁତ ଓ ଦିବ୍ୟ, ଭବ୍ୟ ଉତ୍ସବ। ପବିତ୍ର ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ରାମ ନବମୀ’ର ଶୁଭେଚ୍ଛା ଜଣାଇ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି ଯେ, ‘ରାମ ନବମୀ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଜୟନ୍ତୀର ଏହି ପବିତ୍ର ଅବସର ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଚେତନା ଏବଂ ନୂତନ ଉତ୍ସାହ ଆଣୁ ଏବଂ ଏକ ସଶକ୍ତ, ସମୃଦ୍ଧ ଏବଂ ସକ୍ଷମ ଭାରତର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରୁ। ଜୟ ଶ୍ରୀ ରାମ।
ପ୍ରମୁଖ ଖବର
କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ