ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଶ୍ରୀମନ୍ଦିରରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ

0

ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦାଦାଗିରି ଦେଖାଇଲେ ସେବାୟତ। କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼େଇ ନେବା ସହ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେବାୟତ ଆକ୍ରମଣର ଶିକାର ହୋଇ ଜଣେ ମହିଳା ସାମ୍ବାଦିକା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେହିପରି ଜଣେ କ୍ୟାମେରା ମ୍ୟାନ ମଧ୍ୟ ଆହତ ହୋଇ ଚିକିତ୍ସା ହେଉଛନ୍ତି।

ସୂଚନା ଅନୁସାରେ, ପ୍ରାୟ ୨୦ ରୁ ଉର୍ଦ୍ଧ୍ଵ ସେବାୟତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଟଙ୍କା ନେଇ ଭକ୍ତ ମାନଙ୍କୁ ଛାଡୁଥିବା ଅଭିଯୋଗ କରିଥିଲେ ଭକ୍ତ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହାକୁ ନେଇ ଆଜି ଗଣମାଧ୍ୟମକୁ ଆକ୍ରମଣ କରିଥିଲେ ସେବାୟତ। ଜଣେ ମହିଳା ସାମ୍ବାଦିକାଙ୍କ ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରାମ୍ୟାନ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ସେବାୟତ। ସେପଟେ ଏହି ଘଟଣାକୁ ନେଇ ସାମ୍ବାଦିକ ମାନଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି।

Leave A Reply

Your email address will not be published.