ଭୁବନେଶ୍ୱର: ସ୍କୁଲରୁ ଫେରିବାବେଳେ ଭୁବନେଶ୍ୱରରୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ପୁଣି ଥରେ ରାଜଧାନୀ ଭୁବନେଶ୍ୱରୁ ଆଉ ଜଣେ ଶିଶୁ ଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି। ୮ ବର୍ଷର ଶିଶୁକୁ ଅପହରଣ ପରେ କିଛି ଘଣ୍ଟା ଭିତରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ନମ୍ବର ଢାଙ୍କି ଏକ କାରରେ ପିଲାଟିକୁ ଅପହରଣ କରାଯାଇଥିଲା । ସକାଳ ୧୦ଟାରେ ଶିଶୁକୁ ଅପହରଣ କରାଯାଇଥିଲା । ସ୍କୁଲରୁ ଘରକୁ ଫେରିବାବେଳେ ଆରତ ରଞ୍ଜନ କାଳିଆଙ୍କ ୮ ବର୍ଷର ପୁଅକୁ ଏକ କାରରେ ଅପହରଣ କରାଯିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଏୟାରଫିଲ୍ଡ ଥାନା ପକ୍ଷରୁ ହୋଇଥିଲା ଛାନବିନ। ଗାଁରୁ ଗାଡ଼ିଟି ବାହାରିବାବେଳେ କିଛି ଯୁବକ ଗାଡ଼ିଟିକୁ ଅଟକାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ପିଲାଟିକୁ ଅପହରଣ କରି ନେଇଥିଲେ। ଅଭିଯୁକ୍ତଙ୍କୁ ଧରିବା ସହ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ୍। ଆଖପାଖରେ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରାଯାଇଥିଲା। ଠିକ୍ ଏହି ସମୟରେ ଅପହରଣକାରୀଙ୍କ ପାଖରୁ ଆସିଥିଲା ଏକ ଫୋନକଲ୍। ପିଲାଟିର ମୁଣ୍ଡ ଜାମିନ ରଖି ୨୦ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ। କିନ୍ତୁ ଟେଲିଫୋନ ନମ୍ବରକୁ ଟ୍ରେସ କରି ଅପହରଣକାରୀଙ୍କ ଲୋକେସନ ମିଳିବା ପରେ ପିଲାଟିକୁ ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ପୁଲିସ ଅପହରଣ ଶିଶୁକୁ ଉଦ୍ଧାର କରିଛି।
ପ୍ରମୁଖ ଖବର
ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ