ନୂଆଦିଲ୍ଲୀ: ଯେଉଁମାନେ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରରେ ସାମିଲ ଥିଲେ ସେମାନଙ୍କୁ କଳ୍ପନାରୁ ବାହାରେ ମିଳିବ କଠୋର ଦଣ୍ଡ। ଯେଉଁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ ଦେଖାଇଛନ୍ତି ସେମାନଙ୍କୁ ଛଡା ଯିବନି। ମିଳିବ କଠୋର ଦଣ୍ଡ। ସେମାନଙ୍କୁ ମାଟିରେ ମିଶାଇ ଦିଆଯିବାର ସମୟ ଆସିଛି। ବିହାର ମଧୁବନୀରୁ, ପହଲଗାମରେ ନରସଂହାର ରଚିଥିବା ଆତଙ୍କବାଦୀଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ପହଲଗାମରେ ମୃତକଙ୍କୁ ହାତଯୋଡି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତା’ପରେ ତାଙ୍କ ଭାଷଣ ଆରମ୍ଭ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଏପ୍ରିଲ ୨୨ରେ ଆତଙ୍କବାଦୀମାନେ ପହେଲଗାଓଁରେ ୨୮ ନୀରିହ ଲୋକଙ୍କୁ ହତ୍ୟା କଲେ। ଏହି ଘଟଣା ପରେ ଦେଶ ଦୁଃଖରେ ରହିଛି। ଆମେ ପୀଡ଼ିତମାନଙ୍କ ପରିବାର ସାଥୀରେ ଛିଡ଼ା ହୋଇଛୁ। ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦୀ କହିଛନ୍ତି। ପହଲଗାମରେ ଆତଙ୍କୀଙ୍କ ନରସଂହାର ପରେ ସାରା ଦେଶ ଆଜି ସ୍ତବ୍ଧ। ଅନନ୍ତନାଗର ମିନି ସ୍ବିଜରଲ୍ୟାଣ୍ଡ କୁହାଯାଉଥିବା ପହଲଗାମରେ ପାକିସ୍ତାନ ଆତଙ୍କୀ ଖେଳିଛନ୍ତି ରକ୍ତ ହୋଲି। ନିରୀହ ପର୍ଯ୍ୟଟକଙ୍କୁ ଖୋଜି ଖୋଜି ଗୁଳି କରିଛନ୍ତି। ଏହି ବର୍ବରକାଣ୍ଡରେ ପୂରା ଦେଶ ଆଜି ସ୍ତବ୍ଧ। ସାରା ଦେଶରୁ ଆତଙ୍କୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ସ୍ବର ଉଠୁଥିବା ବେଳେ ଆଜି ଆତଙ୍କୀଙ୍କୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର