ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଶିଶୁ ବାଟିକା, ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’

0

ଭୁବନେଶ୍ବର: ଶିଶୁ ବାଟିକା, ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’। ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଏହି କିଟ୍‌କୁ ୪୫ ହଜାର ସ୍କୁଲରେ ବଣ୍ଟନ ହେବ। ଏନେଇ ରାଜ୍ୟ ସରକାର ୯୦ କୋଟି ଖର୍ଚ୍ଚ କରିବେ। ଲୋକସେବା ଭବନରେ ‘ଯାଦୁପେଡି’ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଛନ୍ତି,ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ଵିକ ଅଂଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ। ଶିଶୁ ମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ।

ସୂଚନାଯୋଗ୍ୟ ଯେ, ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଯାଦୁପେଡିର ପରିକଳ୍ପନା କରାଯାଇଛି। ଏହାକୁ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି କିଟ୍ ପ୍ରଦାନ କରାଯିବ। ପ୍ରତ୍ୟେକ କିଟ୍ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ୪୫ ହଜାର ସ୍କୁଲରେ ଏହାକୁ ବଣ୍ଟନ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।

Leave A Reply

Your email address will not be published.