ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ: ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହୋଇଛନ୍ତି। ସ୍ୱାସ୍ଥ୍ୟସେବାରେ ବଡ ଭୂମୀକା ଗ୍ରହଣ କରିବ ଆୟୁଷ୍ମନ କାର୍ଡ। ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ବାଦ ନପଡନ୍ତି ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯୋଜନା ଅନ୍ତର୍ଗତ ହୀତାଧିକାରୀ ଯେପରି କୌଣସି ଅବହେଳା ନହୁଅନ୍ତି ସେନେଇ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ ନାହିଁ। ଯାହା କିଛି ଟେକ୍ନିକାଲ ସମସ୍ୟା ରହିଛି। ସମସ୍ୟାର ସମାଧାନ ନେଇ ଆଲୋଚନା ଚାଲିଛି। ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ବି ବିଚାର କରାଯିବ।

ସରକାରୀ ସ୍ତରରୁ, ଲୋକଙ୍କ ପାଖରୁ ବିଭିନ୍ନ ମତାମତ ଆସୁଛି। ସବୁ ଦିଗକୁ ନେଇ ନେଇ ବିଚାର ଚାଲିଛି। ପ୍ୟାନ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟୱର୍କ ଓ ଓଟିପି ସମସ୍ୟା ରହିଛି। ସମସ୍ୟା ସମାଧାନ ନେଇ ଚାଲିଛି ଆଲୋଚନା। ଏହାପରେ ବି ଯଦି ରୋଗୀଙ୍କୁ ଅବହେଳା କରାଯାଏ ତେବେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ।

Leave A Reply

Your email address will not be published.