ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ମେ’ ଆରମ୍ଭରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

0

ନୂଆଦିଲ୍ଲୀ: ମେ’ ପହିଲାରୁ କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ଯଦିଓ ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡର ଏବେ ପୂର୍ବ ଅପେକ୍ଷା ଶସ୍ତାରେ ଉପଲବ୍ଧ ହେବ। ରିପୋର୍ଟ ଅନୁସାରେ, ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୭ ଟଙ୍କା ହ୍ରାସ ପାଇଛି। ସଂଶୋଧିତ ମୂଲ୍ୟ ଦ୍ୱାରା ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଲାଭବାନ ହେବେ। ଯେଉଁମାନେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ସିଲିଣ୍ଡର ବ୍ୟବହାର କରନ୍ତି ସେମାନଙ୍କୁ ଆଜିର ନୂଆ ମୂଲ୍ୟ ଫାଇଦା ଯୋଗାଇବ।

ନୂତନ ଅପଡେଟ ଅନୁସାରେ, ଦିଲ୍ଲୀରେ ଏବେ ଗ୍ରାହକମାନଙ୍କୁ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ ୧୭୪୭.୫୦ ଟଙ୍କା ଦେବାକୁ ପଡିବ। ଏପ୍ରିଲରେ ସମାନ ସିଲିଣ୍ଡର ୧୭୬୨ ଟଙ୍କାରେ ଉପଲବ୍ଧ ଥିଲା, ଯେତେବେଳେ କି ମାର୍ଚ୍ଚରେ ଏହାର ମୂଲ୍ୟ ୧୮୦୩ ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଗତ ଗୋଟିଏ ମାସରେ ୧୪.୫ ଟଙ୍କା ଏବଂ ଦୁଇ ମାସରେ ମୋଟ ୫୫.୫ ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାଣିଜି୍ୟକ ବ୍ୟବହାରକାରୀଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର।

ଲଗାତାର ଭାବେ ଦୁଇ ମାସ ମଧ୍ୟରେ ବାଣିଜ୍ୟିକ ଏଲପିଜି ଦରରେ ଦ୍ୱିତୀୟ ହ୍ରାସ ପାଇଛି। ୧ ଏପ୍ରିଲରେ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୪୧ଟଙ୍କା ହ୍ରାସ ପାଇଥିଲା, ଏବଂ ଏବେ ପୁଣି ଥରେ ୧୪.୫୦ ହ୍ରାସ ପାଇଛି। ଘରୋଇ ଏଲପିଜି ମୂଲ୍ୟ ଶେଷ ଥର ପାଇଁ ୮ ଏପ୍ରିଲ ୨୦୨୫ରେ ପରିବର୍ତ୍ତନ କରାଯାଇଥିଲା, ଯେତେବେଳେ ପ୍ରାୟ ଗୋଟିଏ ବର୍ଷ ଧରି ସ୍ଥିରତା ପରେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.