ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

କଟକ ବଡ ମେଡିକାଲ ଯାଏଁ ଗଡିବ ମେଟ୍ରୋ : ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ଗଡିବ ମେଟ୍ରୋ। ରାଜ୍ୟରେ ମେଟ୍ରୋ ଗଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏଣିକି କେବଳ ତ୍ରିଶୁଳିଆ ନୁହେଁ, କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ।

ପୂର୍ବରୁ ଏହି ପ୍ରକଳ୍ପ ଭୁବନେଶ୍ଵରର ବିମାନବନ୍ଦରରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ଲମ୍ବିବାର ଯୋଜନା ଥିଲା। କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି। ତ୍ରିଶୂଳିଆ ପରିବର୍ତ୍ତେ ଏହି ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ଏବଂ ବାଦାମବାଡ଼ି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୋଲି ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବାନୁଯାୟୀ, କଟକ ବସ୍‌ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ହେବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି । ବିଭିନ୍ନ ସହର ବୁଲି ଏହି କମିଟି ଅନୁଧ୍ୟାନ କରୁଛି । ନୂଆ ଡିପିଆର ବି ପ୍ରସ୍ତୁତ କରାଯାଉଛି। କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ମଧ୍ୟ ଏହି ମେଟ୍ରୋ ପ୍ରକଳ୍ପ ପାଇଁ ସହଯୋଗ ଦେବ ବୋଲି କହିଛନ୍ତି ମନ୍ତ୍ରୀ।

ତେବେ ପୂର୍ବରୁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସେନ ପକ୍ଷରୁ ଦିଆଯାଇଥିବା ସୂଚନାଂ ଅନୁଯାୟୀ, ମେଟ୍ରୋ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପଥ ନିର୍ମାଣ ହେବ। ଏଥିପାଇଁ ୬ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ପକ୍ଷରୁ ୩ଟି ପର୍ଯ୍ୟାୟରେ ୧୯ଟି ମେଟ୍ରୋ ଷ୍ଟେସନ ସହ ମେଟ୍ରୋ ରେଳ ପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଛି।

ନୂଆବର୍ଷ ୨୦୨୪ରେ ମେଟ୍ରୋ ପ୍ରକଳ୍ପ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ମୋଟ ୨୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଭିତରେ ୨୬ କିଲୋମିଟର ଲମ୍ବର ମେଟ୍ରୋ ରେଲୱେରେ ରହିବ ୨୦ଟି ଷ୍ଟେସନ। ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବ। ଯାହାର ଯାତ୍ରୀ କ୍ଷମତା ରହିବ ୭୬୫ । ଯାତ୍ରୀ ସଂଖ୍ୟା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ବଢ଼ାଯିବ। ଘଣ୍ଟାପ୍ରତି ୮୫ କିମି ବେଗରେ ଗଡ଼ିବ ଏହି ମେଟ୍ରୋ ଟ୍ରେନ୍। ଅତ୍ୟାଧୁନିକ କୋଚ, ସିଗନାଲିଂ ବ୍ୟବସ୍ଥା ଓ ଅତ୍ୟାଧୁନିକ ଟିକେଟିଂ ବ୍ୟବସ୍ଥା କରାଯିବ। ପ୍ରତି ୧୦ ମିନିଟରେ ଚଳାଚଳ କରିବ ମେଟ୍ରୋ ଟ୍ରେନ୍। ଯାହାକୁ ପୂର୍ବ ସରକାର ୨୦୨୮ ସୁଦ୍ଧା ସାରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ନୂଆ ସରକାର ୨୦୨୭ ସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ନୂଆ ଡିପିଆର ପ୍ରସ୍ତୁତ କରି ଏହାକୁ ସଂପ୍ରସାରଣ କରିବାକୁ ଯୋଜନା ରଖିଛନ୍ତି।

Leave A Reply

Your email address will not be published.