ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଭୁବନେଶ୍ୱରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା ଏସଟିଏଫ୍ ଟିମ୍। ଏହି ମାମଲାରେ ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୬୩ ଗ୍ରାମର ବ୍ରାଉନ ସୁଗାର ଜବତ ଏସଟିଏଫ୍ ଟିମ୍। ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ଦେଉଥିଲା ଜ୍ୟୋତି। ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି। ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ ଜାରି ରହିଛି। ଏନେଇ ଏସଟିଏଫ ଡିଆଇଜି ପିନାକ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।

ଧଳାଜହର କାରବାର ବେଳେ ଏସ୍‌ଟିଏଫ୍‌ ଟିମ୍‌ ଏୟାରଫିଲ୍ଡ ଥାନା ଅର୍ନ୍ତଗତ ଲବଣଗିରି ଓ ପାଞ୍ଚଗାଁ ରୋଡ୍‌ରେ ଏହି ଚଢାଉ କରିଛି। ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.