ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଦଳ

0

ଭୁବନେଶ୍ବର: କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ। ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗରେ ଓଡ଼ିଶା କଂଗ୍ରେସ ତିନି ଜଣ ବିଧାୟକ— ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷଙ୍କୁ ଦଳରୁ ନିଲମ୍ବନ କରିଛି । ମଙ୍ଗଳବାର ଭୁବନେଶ୍ୱରରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ ପାଢ଼ୀ ଏହି ସୂଚନା ଦେଇଛନ୍ତି।

ଗତକାଲି ଏମାନଙ୍କର ନାଁ କ୍ରସ ଭୋଟିଂର ଅଭିଯୋଗ ହୋଇଥିଲା। ଦଳୀୟ ହ୍ବିପ୍ ଉଲ୍ଲଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ସୂଚନା ରହିଛି। ଏହି ଘଟଣା ପରେ କଂଗ୍ରେସ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ (Anti-defection law) ଅନୁଯାୟୀ ତିନି ଜଣ ବିଧାୟକଙ୍କ ପଦ ଅଯୋଗ୍ୟ ଘୋଷଣା ପାଇଁ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିପାରେ ବୋଲି ସୂଚନା ମିଳିଛି।

ରମେଶ ଜେନା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସହିତ ଜିଲ୍ଲା କଂଗ୍ରେସ ସଭାପତି ଭାବେ ମଧ୍ୟ କାମ କରିଛନ୍ତି । ଗଞ୍ଜାମ ରାଜନୀତିରେ ସେ “ଗଞ୍ଜାମ ଟାଇଗର” ଭାବେ ପରିଚିତ। ଦାଶରଥୀ ଗମାଙ୍ଗ ଗଜପତି ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଛନ୍ତି ଏବଂ ଜିଲ୍ଲା କଂଗ୍ରେସ ସଭାପତି ଭାବେ ମଧ୍ୟ ଦାୟିତ୍ୱ ନେଇଥିଲେ। ସୋଫିଆ ଫିର୍ଦୋଷ କଟକ ବାରବାଟୀର ପ୍ରଥମ ମହିଳା ବିଧାୟିକା ଭାବେ ବିଜୟଲାଭ କରିଥିଲେ। ୨୦୨୪ ନିର୍ବାଚନରେ ତାଙ୍କ ପିତା ମହମ୍ମଦ ମୋକିମ ଆଇନ ଜଟିଳତାରେ ପଡ଼ିବା ପରେ କଂଗ୍ରେସ ତାଙ୍କୁ ଟିକେଟ ଦେଇଥିଲା। ନୂତନ ବିଧାୟିକା ଭାବେ ବିଧାନସଭାରେ ତାଙ୍କ ସକ୍ରିୟ ଭୂମିକା ଓ ସ୍ପଷ୍ଟ ଉପସ୍ଥାପନ ପାଇଁ ସେ ପରିଚିତ ହୋଇଥିଲେ। କଂଗ୍ରେସର ଏହି ନିଷ୍ପତ୍ତି ତିନି ଜଣ ବିଧାୟକଙ୍କ ରାଜନୈତିକ ଭବିଷ୍ୟତରେ ପ୍ରଭାବ ପକାଇପାରେ। ସେହିପରି ଦଳୀୟ ଶୃଙ୍ଖଳାକୁ ନେଇ କଂଗ୍ରେସର କଠୋର ନିଷ୍ପତ୍ତି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.