ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

0

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟି ଅପରେଶନ ସିନ୍ଦୁର ବିଷୟରେ ସୂଚନା ଦେଇଛନ୍ତି। ଏହି ଅପରେଶନ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାର ମିଳିତ କାର୍ଯ୍ୟ ଥିଲା, ଯେଉଁଥିରେ ପାକିସ୍ତାନ ଅଧୀନସ୍ଥ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ମିସାଇଲ ମାଡ କରାଯାଇଥିଲା।

ସୂଚନା ଅନୁଯାୟୀ, ମୋଦୀ କ୍ୟାବିନେଟ ବୈଠକ ପରେ ରାଷ୍ଟ୍ରପତିଙ୍କୁ ଏହି ଅପରେଶନର ସଫଳତା ଏବଂ ଏହାର ଗୁରୁତ୍ୱ ବିଷୟରେ ଅବଗତ କରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୋଦିଙ୍କ କ୍ୟାବିନେଟରେ ଏହି ଅପରେଶନ ଦେଶ ପାଇଁ ଗର୍ବର ବିଷୟ ବୋଲି ବର୍ଣ୍ଣନା କରିଥିଲେ।

ଅପରେଶନ ସିନ୍ଦୁରରେ ମୁଜାଫରାବାଦ, କୋଟଲି, ଭିମ୍ବେର ଏବଂ ସିଆଲକୋଟରେ ଥିବା ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦୀନ ଭଳି ଆତଙ୍କବାଦୀ ସଂଗଠନର ଶିବିରକୁ ଟାର୍ଗେଟ କରାଯାଇଥିଲା। ସରକାର ଏହି ଅପରେଶନ ବିଷୟରେ ଆଲୋଚନା ପାଇଁ ମେ ୮ ତାରିଖରେ ସଂସଦୀୟ ଲାଇବ୍ରେରୀ ଭବନରେ ସର୍ବଦଳୀୟ ବୈଠକ ଡାକିଛନ୍ତି।

Leave A Reply

Your email address will not be published.