ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

0

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟି ଅପରେଶନ ସିନ୍ଦୁର ବିଷୟରେ ସୂଚନା ଦେଇଛନ୍ତି। ଏହି ଅପରେଶନ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାର ମିଳିତ କାର୍ଯ୍ୟ ଥିଲା, ଯେଉଁଥିରେ ପାକିସ୍ତାନ ଅଧୀନସ୍ଥ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ମିସାଇଲ ମାଡ କରାଯାଇଥିଲା।

ସୂଚନା ଅନୁଯାୟୀ, ମୋଦୀ କ୍ୟାବିନେଟ ବୈଠକ ପରେ ରାଷ୍ଟ୍ରପତିଙ୍କୁ ଏହି ଅପରେଶନର ସଫଳତା ଏବଂ ଏହାର ଗୁରୁତ୍ୱ ବିଷୟରେ ଅବଗତ କରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୋଦିଙ୍କ କ୍ୟାବିନେଟରେ ଏହି ଅପରେଶନ ଦେଶ ପାଇଁ ଗର୍ବର ବିଷୟ ବୋଲି ବର୍ଣ୍ଣନା କରିଥିଲେ।

ଅପରେଶନ ସିନ୍ଦୁରରେ ମୁଜାଫରାବାଦ, କୋଟଲି, ଭିମ୍ବେର ଏବଂ ସିଆଲକୋଟରେ ଥିବା ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦୀନ ଭଳି ଆତଙ୍କବାଦୀ ସଂଗଠନର ଶିବିରକୁ ଟାର୍ଗେଟ କରାଯାଇଥିଲା। ସରକାର ଏହି ଅପରେଶନ ବିଷୟରେ ଆଲୋଚନା ପାଇଁ ମେ ୮ ତାରିଖରେ ସଂସଦୀୟ ଲାଇବ୍ରେରୀ ଭବନରେ ସର୍ବଦଳୀୟ ବୈଠକ ଡାକିଛନ୍ତି।

Leave A Reply

Your email address will not be published.