ଉତ୍ତରାଖଣ୍ଡ: ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା। ଉତ୍ତରାଖଣ୍ଡର ଗଙ୍ଗାନାନି ନିକଟରେ ବଡ଼ ଧରଣର ହେଲିକପ୍ଟର କ୍ରାସ୍ ହୋଇଛି। ଏଥିରେ ପାଇଲଟ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଡେରାଡୁନରୁ ହର୍ଷିଲକୁ ଯାଉଥିଲା ହେଲିକପ୍ଟର।
ଆଜି ସକାଳେ ହେଲିକପ୍ଟରଟି ୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୋତ୍ରୀ ଧାମ ଯାଉଥିଲା। ତେବେ ଗଙ୍ଗାନାନି ନିକଟରେ ହେଲିକପ୍ଟରଟି ଗଛରେ ପିଟି ହୋଇଯାଇଥିଲା। ପରେ ହେଲିକପ୍ଟରଟି କ୍ରାସ ହୋଇଥିଲା। ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନ ଏବଂ ରିଲିଫ୍-ଉଦ୍ଧାର ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଦୁର୍ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଦଳଗୁଡ଼ିକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲିକପ୍ଟରରେ ୭ ଜଣ ଯାତ୍ରୀ ଥିଲେ। ଏକ ଘରୋଇ କମ୍ପାନୀର ହେଲିକପ୍ଟର ଥିଲା। ପୋଲିସ, ସେନା ବାହିନୀ, ବିପର୍ଯ୍ୟୟ ପରିଚାଳନା QRT, ୧୦୮ ଆମ୍ବୁଲାନ୍ସ ଗାଡ଼ି, ତହସିଲଦାର ଭାଟୱାଡି, BDO ଭାଟୱାଡି ଏବଂ ରାଜସ୍ୱ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର