ପ୍ରମୁଖ ଖବର

ଇ-୨୦ ଇନ୍ଧନ ନେଇ ନିତିନ ଗଡ଼କରୀଙ୍କ ସ୍ପଷ୍ଟୀକରଣ
ରାଜ୍ୟସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ସୁରକ୍ଷା ବିଲ୍, ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଟିଆଣ୍ଡଏଏସ୍ କ୍ୟାଡର୍‌ରେ ରଦବଦଳ, ୧୯୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ
କୋଇଲା ବ୍ଲକ ମାମଲାରେ ମନମୋହନ ସିଂଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍
ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ୨୦୨୬

ଓଡ଼ିଶା ଆସିବେନି ଶାହା

0

ଭୁବନେଶ୍ବର: ଏବେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ସ୍ଥଗିତ ହେଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଆସନ୍ତା ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥାନ୍ତେ ଶାହ। ଯାହା ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

ତେବେ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର ଜାରି କରିବା ପରେ ଦେଶ ଏବେ ବଡ଼ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ସେପଟେ ପାକିସ୍ତାନ ବି ଏଲଓସି ପାର କରି କଶ୍ମୀର ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥଳରେ ଗୃହମନ୍ତ୍ରୀଙ୍କ ଘନ ଘନ ବୈଠକ ସହ ଦେଶର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।

ବର୍ତ୍ତମାନ ଗୃହ ମନ୍ତ୍ରୀ ଶାହ ସର୍ବଦଳୀୟ ବୈଠକରେ ଅପରେସନ ସିନ୍ଦୂର ନେଇ ବିରୋଧୀଙ୍କ ସହ ଆଲୋଚନାରେ ବସିଥିବା ବେଳେ ସରକାରଙ୍କୁ ସୁରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ବିରୋଧୀ ନେତା ମାନେ। ଏଥିସହିତ ଅପରେସନ ସିନ୍ଦୂରକୁ ପ୍ରଶଂସା କରିଛନ୍ତି ବିରୋଧୀ। ଓଡିଶା ଗସ୍ତରେ ଆସି ଜଟଣୀ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ଏହାପରେ ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ଥିଲା । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀରେ ହିଁ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା।

୧୧ରେ ପୁରୀରୁ ବାହାରି ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଥିଲା। ସେଠାରେ ମା’ ସମ୍ବଲେଶ୍ୱରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ପରେ ଭୁବନେଶ୍ୱର ଆସି ଜନତା ମୈଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। କାରଣ ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ଖରାପ ଥିବାରୁ ଶାହାଙ୍କ ଗସ୍ତ ବାତିଲ ହୋଇଛି।

Leave A Reply

Your email address will not be published.