ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଓଡ଼ିଶା ଲିଡରସିପ୍ ସମିଟ୍ ରେ ଜିନ୍ଦଲ ଫାଉଣ୍ଡେସନ ପୁରସ୍କୃତ

0

ଭୁବନେଶ୍ୱର: ବିଶ୍ୱ ସିଏସଆର ଦିବସ ଦ୍ୱାରା ଆୟୋଜିତ ଓଡ଼ିଶା ଲିଡରସିପ୍ ସମିଟ୍ ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ “ଅର୍ଗାନାଇଜେସନ୍ ୱିଥ୍ ଓଭରାଲ୍ ସଷ୍ଟେନେବଲ୍ ପ୍ରାକ୍ଟିସ୍” ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧି, ଉନ୍ନୟନ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ପୁରସ୍କାର ଗ୍ରହଣ କରି ଶ୍ରୀ ପ୍ରଶାନ୍ତ ହୋତା କହିଥିଲେ ଯେ, ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଜୀଙ୍କ ମାର୍ଗଦର୍ଶନରେ ଆମର ନିରନ୍ତର ବିକାଶ କାର୍ଯ୍ୟକ୍ରମ ଅର୍ଥନୈତିକ ପ୍ରଗତି, ପରିବେଶ ସନ୍ତୁଳନ ଏବଂ ସାମାଜିକ ସମାନତାକୁ ସମନ୍ବୟ କରି ସମାଜ ପାଇଁ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି ନିମନ୍ତେ କାର୍ଯ୍ୟରତ। ଏହି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବାରେ ଲୋକମାନଙ୍କ ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ। ଏହି ପୁରସ୍କାର ଆମ ଟିମ୍ କୁ ପ୍ରେରଣା ଯୋଗାଇବ।” ପୁରସ୍କାର ପାଇଁ ସେ ଜୁରିଙ୍କୁ ଧନ୍ୟବାଦ ଜଣାଇଥିଲେ।
ବର୍ଷ ବର୍ଷ ଧରି ଜିନ୍ଦଲ ଫାଉଣ୍ଡେସନ ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତୀକରଣ, ଆଦିବାସୀ କଲ୍ୟାଣ, ଦକ୍ଷତା ବିକାଶ ଏବଂ ପରିବେଶ ନିରନ୍ତରତା କ୍ଷେତ୍ରରେ ଅନେକ ଅଗ୍ରଣୀ ପଦକ୍ଷେପ କାର୍ଯ୍ୟକାରୀ କରିଛି। କିଶୋରୀ ଏକ୍ସପ୍ରେସ, ଗୋଷ୍ଠୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ତୃଣମୂଳ ସ୍ତରର ଦକ୍ଷତା ବିକାଶ ଭଳି ପ୍ରକଳ୍ପ ସମଗ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ହଜାର ହଜାର ଲୋକଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବାରେ ସାହାଯ୍ଯ କରିପାରିଛି।

Leave A Reply

Your email address will not be published.