ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

0

ନୂଆଦିଲ୍ଲୀ; ଭାରତର ୫ଟି ରାଫେଲ ବିମାନ ଖସାଇ ଦେଇଥିବା ମିଛ ପ୍ରଚାର କରୁଥିବା ପାକିସ୍ତାନର ଏବେ ଜାତୀୟ ଗଣମାଧ୍ୟମରେ ପର୍ଦ୍ଦାଫାସ ହୋଇଯାଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବୟାନ ମାଧ୍ୟମରେ ଶାହବାଜ ସରିଫ ସରକାରଙ୍କ ମିଛ ସାରା ବିଶ୍ୱ ସମ୍ମୁଖରେ ଆସିଯାଇଛି।

ତେବେ ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ ଜାରି ହୋଇଥିବା ୨୪ଟି ମିସାଇଲ ମଧ୍ୟରୁ ପାକିସ୍ତାନ କାଳେ ୫ଟିକୁ ନାକାମ୍ କରୁଥିବା ନେଇ ଦାବି କରିଆସୁଛି। ଯାହାକୁ ନେଇ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କୁ ରାଫେଲ ଗୁଳି କରି ଖସାଇ ଦେବାର ପ୍ରମାଣ ପଚରାଗଲା, ସେ କହିଲେ ଯେ ଏହା ସବୁ ସୋସିଆଲ ମିଡିଆରେ ଅଛି। କୌଣସି ଠୋସ ପ୍ରମାଣ ନଦେଇ ଗୋଟେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏପରି ଦାୟିତ୍ୱହୀନ ଉତ୍ତର ରଖିବା ସାମ୍ବାଦିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।

ତେବେ ୬-୭ ମଇ ମଧ୍ୟବର୍ତ୍ତୀ ରାତିରେ, ଭାରତ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା ଯେଉଁଠାରେ ଆତଙ୍କବାଦୀ ଶିବିର ଥିଲା। ଅପରେସନ ସିନ୍ଦୂର ଅଧୀନରେ ଭାରତ ଆତଙ୍କବାଦୀ ଆଡ୍ଡା ଉପରେ ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଭାରତର ଏହି ଆକ୍ରମଣରେ ପାକିସ୍ତାନ ନିଶ୍ୱାସ ହରାଇ ବସିଛି ଏବଂ ଏବେ ନିଜର ପରାଜୟ ଲୁଚାଇବା ପାଇଁ, ଶାହବାଜ ସରିଫ ସରକାର ଏହି ମିଛ ପ୍ରଚାର କରୁଛି ଯେ ପାକିସ୍ତାନ ବାୟୁସେନା ଭାରତର ୫ଟି ରାଫେଲ ବିମାନକୁ ଖସାଇ ଦେଇଛି। ଆଉ ଗଣମାଧ୍ୟମରେ ତାଙ୍କର ମିଛ ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.