ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପଠାନକୋଟରେ ପୁଣି ଆକ୍ରମଣ, ପାକ୍‌‌ର ୨ଟି ଡ୍ରୋନକୁ ଖସାଇଲା ଭାରତ

0

ନୂଆଦିଲ୍ଲୀ: ପଠାନକୋଟରେ ପାକିସ୍ତାନୀ ସେନା ପୁଣିି ଆକ୍ରମଣ କରିଥିବା ସୂଚନା ମିଳିଛି। ପାକିସ୍ତାନ ପକ୍ଷରୁ ପଠାନକୋଟରେ ଡ୍ରୋନ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଭାରତର ୧୧ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ। ଶୁକ୍ରବାର ରାତି ୯ଟାରେ ପାକିସ୍ତାନ କରିଛି ଆଟାକ୍‌। ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରବଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ପୁଣି ଥରେ ଏଲଓସିରେ ଗୁଳିମାଡ଼ ଆରମ୍ଭ କରିଛି। ଜମ୍ମୁର ଅନେକ ସ୍ଥାନରେ ପୁଣି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଜମ୍ମୁ, ସାମ୍ବା, ପଠାନକୋଟ ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଥିଲା। ଫିରୋଜପୁର, ପଠାନକୋଟ ସୀମାରେ ପାକିସ୍ତାନରୁ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ଆକାଶ ମାର୍ଗରେ ଧ୍ୱଂସ କରାଯାଇଥିଲା। ପାକିସ୍ତାନ ଆକ୍ରମଣର ଭାରତୀୟ ସେନା କଡ଼ା ଜବାବ ଦେଉଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ୨ଟି ଡ୍ରୋନକୁ ଖସାଇ ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.