ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ନଦୀରୁ ମିଳିଲା ପଦ୍ମଶ୍ରୀ ବିଜେତା ବୈଜ୍ଞାନିକ ଆୟପ୍ପାନଙ୍କ ମୃତଦେହ

0

ମହୀଶୂର: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ମୁଖ୍ୟ ଥିବା ବୈଜ୍ଞାନିକ ସୁବନ୍ନା ଆୟପ୍ପାନ(୭୦)ଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ। ଶନିବାର ମହୀଶୂରରୁ ପ୍ରାୟ ୨୦ କିଲୋମିଟର ଦୂର ମାଣ୍ଡ୍ୟାର ଶ୍ରୀରଙ୍ଗପାଟନା ନିକଟ କାବେରୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନଦୀରେ ମୃତଦେହ ଭାସୁଥିବା ଦେଖିବା ପରେ ଲୋକମାନେ ପୋଲିସକୁ ଫୋନ କରିଥିଲେ। ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ମାଣ୍ଡ୍ୟା ଏସ୍‌ପି ମଲ୍ଲିକାର୍ଜୁନ ବାଲାଦାଣ୍ଡି ନିଶ୍ଚିତ କରିଛନ୍ତି ଯେ ଶନିବାର ସକାଳ ପ୍ରାୟ ୧୧.୩୦ ସମୟରେ ଆୟାପ୍ପନଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି।

ଆୟାପ୍ପନଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ରର ସମ୍ଭାବନାକୁ ପୋଲିସ ଖାରଜ କରିଦେଇଛି। କାରଣ ତାଙ୍କର ଦୁଇ ଚକିଆ ଗାଡ଼ିଟି ନଦୀ ପାଖରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ଆୟାପ୍ପାନଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଜଣେ ଜ୍ୱାଇଁ ଅଛନ୍ତି। ସେ ମେ ୭ ତାରିଖରୁ ନିଖୋଜ ହୋଇଯାଇଥିଲେ। ମେ ୮ ତାରିଖରେ ମହୀଶୂରର ବିଦ୍ୟାରଣ୍ୟପୁରମ ପୋଲିସ ଷ୍ଟେଶନରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିଲା।

ମହୀଶୂର ସହର ପୋଲିସ କମିଶନର ସୀମା ଲାଟକର କହିଛନ୍ତି ଯେ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ ଆଧାରରେ, ପୋଲିସ ଶ୍ରୀରଙ୍ଗପାଟନାରେ ଆୟାପ୍ପନଙ୍କ ସ୍ଥାନ ଚିହ୍ନଟ କରିଥିଲା ଏବଂ ଧ୍ୟାନ ପ୍ରତି ତାଙ୍କର ଆଗ୍ରହକୁ ବିଚାର କରି ଅଞ୍ଚଳର ସମସ୍ତ ଧ୍ୟାନ କେନ୍ଦ୍ର ଖୋଜାଖୋଜି କରିଥିଲା। ପୋଲିସର କହିବା ଅନୁଯାୟୀ, ଆୟାପ୍ପାନ ତାଙ୍କ ସ୍କୁଟରରେ ଶ୍ରୀରଙ୍ଗପାଟନାରେ ପହଞ୍ଚିଥିଲେ।

Leave A Reply

Your email address will not be published.