ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ନଦୀରୁ ମିଳିଲା ପଦ୍ମଶ୍ରୀ ବିଜେତା ବୈଜ୍ଞାନିକ ଆୟପ୍ପାନଙ୍କ ମୃତଦେହ

0

ମହୀଶୂର: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ମୁଖ୍ୟ ଥିବା ବୈଜ୍ଞାନିକ ସୁବନ୍ନା ଆୟପ୍ପାନ(୭୦)ଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ। ଶନିବାର ମହୀଶୂରରୁ ପ୍ରାୟ ୨୦ କିଲୋମିଟର ଦୂର ମାଣ୍ଡ୍ୟାର ଶ୍ରୀରଙ୍ଗପାଟନା ନିକଟ କାବେରୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନଦୀରେ ମୃତଦେହ ଭାସୁଥିବା ଦେଖିବା ପରେ ଲୋକମାନେ ପୋଲିସକୁ ଫୋନ କରିଥିଲେ। ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ମାଣ୍ଡ୍ୟା ଏସ୍‌ପି ମଲ୍ଲିକାର୍ଜୁନ ବାଲାଦାଣ୍ଡି ନିଶ୍ଚିତ କରିଛନ୍ତି ଯେ ଶନିବାର ସକାଳ ପ୍ରାୟ ୧୧.୩୦ ସମୟରେ ଆୟାପ୍ପନଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି।

ଆୟାପ୍ପନଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ରର ସମ୍ଭାବନାକୁ ପୋଲିସ ଖାରଜ କରିଦେଇଛି। କାରଣ ତାଙ୍କର ଦୁଇ ଚକିଆ ଗାଡ଼ିଟି ନଦୀ ପାଖରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ଆୟାପ୍ପାନଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଜଣେ ଜ୍ୱାଇଁ ଅଛନ୍ତି। ସେ ମେ ୭ ତାରିଖରୁ ନିଖୋଜ ହୋଇଯାଇଥିଲେ। ମେ ୮ ତାରିଖରେ ମହୀଶୂରର ବିଦ୍ୟାରଣ୍ୟପୁରମ ପୋଲିସ ଷ୍ଟେଶନରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିଲା।

ମହୀଶୂର ସହର ପୋଲିସ କମିଶନର ସୀମା ଲାଟକର କହିଛନ୍ତି ଯେ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ ଆଧାରରେ, ପୋଲିସ ଶ୍ରୀରଙ୍ଗପାଟନାରେ ଆୟାପ୍ପନଙ୍କ ସ୍ଥାନ ଚିହ୍ନଟ କରିଥିଲା ଏବଂ ଧ୍ୟାନ ପ୍ରତି ତାଙ୍କର ଆଗ୍ରହକୁ ବିଚାର କରି ଅଞ୍ଚଳର ସମସ୍ତ ଧ୍ୟାନ କେନ୍ଦ୍ର ଖୋଜାଖୋଜି କରିଥିଲା। ପୋଲିସର କହିବା ଅନୁଯାୟୀ, ଆୟାପ୍ପାନ ତାଙ୍କ ସ୍କୁଟରରେ ଶ୍ରୀରଙ୍ଗପାଟନାରେ ପହଞ୍ଚିଥିଲେ।

Leave A Reply

Your email address will not be published.