ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଟେଷ୍ଟରୁ ଅବସର ଘୋଷଣା କଲେ ବିରାଟ

0

ନ୍ୟୁଜ ବ୍ୟୁରୋ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ବିରାଟ। ବିରାଟ କୋହଲି ଟେଷ୍ଟ ଜର୍ସି ପିନ୍ଧିଥିବା ନିଜର ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ହ୍ବାଇଟ ଜର୍ସି ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ କୁ କେହି ଦେଖନ୍ତି ନାହିଁ କିନ୍ତୁ ଏହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଯେତେବେଳେ ମୁଁ ଏହି ଫର୍ମାଟରୁ ଦୂରେଇ ଯାଉଛି, ଏହା ସହଜ ନୁହେଁ, କିନ୍ତୁ ଏହା ଠିକ ଅନୁଭବ ହୁଏ। ମୁଁ ଏଥିରେ ମୋର ସର୍ବସ୍ବ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି।’

ବିରାଟ କୋହଲି ୨୦ ଜୁନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ। ସେ ତାଙ୍କର ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ କରିଥିଲେ।ବିରାଟ କୋହଲିଙ୍କ ଶେଷ ଟେଷ୍ଟ ମ୍ୟାଚ ଥିଲା। ଜାନୁଆରୀ ୩ରୁ ଜାନୁଆରୀ ୫ ମଧ୍ୟରେ ଖେଳାଯାଇଥିବା ଏହି ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୧୭ ରନ କରିଥିଲେ। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ ୬ରନ କରିଥିଲେ।

ଭାରତ ପାଇଁ ଏହା ଏକ ବଡ଼ ଧକ୍କା, କାରଣ ମେ’ ୮ ତାରିଖରେ ନିୟମିତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟେଷ୍ଟରୁ ଅବସର ନେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ଅବସର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହିତ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ଅଧ୍ୟାୟର ଅନ୍ତ ଘଟିଛି।

Leave A Reply

Your email address will not be published.