ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଟେଷ୍ଟରୁ ଅବସର ଘୋଷଣା କଲେ ବିରାଟ

0

ନ୍ୟୁଜ ବ୍ୟୁରୋ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ବିରାଟ। ବିରାଟ କୋହଲି ଟେଷ୍ଟ ଜର୍ସି ପିନ୍ଧିଥିବା ନିଜର ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ହ୍ବାଇଟ ଜର୍ସି ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ କୁ କେହି ଦେଖନ୍ତି ନାହିଁ କିନ୍ତୁ ଏହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଯେତେବେଳେ ମୁଁ ଏହି ଫର୍ମାଟରୁ ଦୂରେଇ ଯାଉଛି, ଏହା ସହଜ ନୁହେଁ, କିନ୍ତୁ ଏହା ଠିକ ଅନୁଭବ ହୁଏ। ମୁଁ ଏଥିରେ ମୋର ସର୍ବସ୍ବ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି।’

ବିରାଟ କୋହଲି ୨୦ ଜୁନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ। ସେ ତାଙ୍କର ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ କରିଥିଲେ।ବିରାଟ କୋହଲିଙ୍କ ଶେଷ ଟେଷ୍ଟ ମ୍ୟାଚ ଥିଲା। ଜାନୁଆରୀ ୩ରୁ ଜାନୁଆରୀ ୫ ମଧ୍ୟରେ ଖେଳାଯାଇଥିବା ଏହି ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୧୭ ରନ କରିଥିଲେ। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ ୬ରନ କରିଥିଲେ।

ଭାରତ ପାଇଁ ଏହା ଏକ ବଡ଼ ଧକ୍କା, କାରଣ ମେ’ ୮ ତାରିଖରେ ନିୟମିତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟେଷ୍ଟରୁ ଅବସର ନେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ଅବସର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହିତ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ଅଧ୍ୟାୟର ଅନ୍ତ ଘଟିଛି।

Leave A Reply

Your email address will not be published.