ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

କାଠଯୋଡ଼ିରେ ବୁଡି ଜଣେ ଇଞ୍ଜିନିୟର ମୃତ; ଆଉ ଜଣେ ନିଖୋଜ

0

କଟକ: କଟକ କାଠଯୋଡିରେ ଅଘଟଣ। ନଦୀରେ ବୁଡି ଜଣେ ଇଞ୍ଜିନିୟର ମୃତ ହୋଇଥିବା ବେଳେ ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ରହିଛନ୍ତି। କଟକର ସିଡିଏ- ୧୦ ବୀରେନ ମିତ୍ର ପାର୍କ ନିକଟରେ ନିକଟରେ ଘଟିଛି ଏହି ଘଟଣା। ଏହି ଦୁଇ ଜଣ ଯୁବକ ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ। ଏସସିବି ମେଡିକାଲ ସମ୍ପ୍ରସାରଣ କାମରେ ନିୟୋଜିତ ଥିଲେ ନିଖୋଜ ଉଭୟ ଯୁବକ। ତେବେ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଯୋଗ୍ୟ; କଟକ ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ୪ ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଥିଲା ବେଳେ ଅଘଟଣ ଘଟିଥିଲା। ମୃତ ଓ ନିଖୋଜ ଥିବା ଇଞ୍ଜିନିୟର ଦୁଇଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.