ମୁମ୍ବାଇ: ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କରିଛି ଆଇଆଇଟି ବମ୍ବେ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେ ଏନେଇ ବଡ଼ ନିଷ୍ପତ୍ତି ନେଇଛି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। ଆଇଆଇଟି ବମ୍ବେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସହ ଥିବା ସମସ୍ତ ଚୁକ୍ତି ବାତିଲ କରାଯାଇଛି। ପୂର୍ବରୁ ଆଇଆଇଟି ରୁର୍କି, ଜେଏନଯୁ, ଜାମିଆ ମିଲିଆ ଇସଲାମିଆ ତୁର୍କୀ ସହ ଚୁକ୍ତି ବାତିଲ୍ କରିଛନ୍ତି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନକୁ ତୁର୍କୀ ଖୋଲା ସମର୍ଥନ କରୁଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ଭାରତ ତୁର୍କୀକୁ ବ୍ୟାନ କରିଛି।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ