ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ

0

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ। ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ, କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ସାମିଲ ହୋଇଥିଲେ। ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ସେନେଇ ଆଲୋଚନା ହୋଇଛି। ପୁରୀକୁ ସାରାରାଜ୍ୟରୁ ଗଡିବ ବସ। ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ।

ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ ପାର୍କିଂ। ଯାତ୍ରୀଙ୍କୁ ବସ ରହଣିସ୍ଥଳରୁ ବଡଦାଣ୍ଡ ଯାଏ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି। ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ। ତାଳବଣିଆ ବସ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ ଟଙ୍କାରେ ଖାଦ୍ୟ। ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ। ବସରେ ଫାଷ୍ଟଏଡ୍ କିଟର ବ୍ୟବସ୍ଥା ରଖିବାକୁ ରାଜ୍ୟ ପରିବହନ ଆୟୁକ୍ତ ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି। ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯାଇଛି। ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ୩୦ ଜଣ STA ଅଧିକାରୀ ଦାୟିତ୍ବରେ ରହିବେ। ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସହ, ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି STA କମିଶନର ଅମିତାଭ ଠାକୁର। ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲାଗିବ। ସେହିଭଳି ବସ୍ ରେ ଯାତ୍ରୀଙ୍କ ଭିଡ ସୁଯୋଗ ନେଇ ପକେଟ ମାର୍ ଓ ମୋବାଇଲ ଫୋନ ଚୋରି ଭଳି ଘଟଣା ରୋକିବାକୁ ପୋଲିସ ନଜର ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ଏସପି।

Leave A Reply

Your email address will not be published.