ପ୍ରମୁଖ ଖବର

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ
ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ
ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ଷଡଙ୍ଗୀ ଗିରଫ

0

ଭୁବନେଶ୍ବର:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଗ୍ରାମୀଣ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ ବେଳେ ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା। ବୈକୁଣ୍ଠଙ୍କ ୨ଟି ଅଟ୍ଟାଳିକା, ୨ ଫ୍ଲାଟ୍ ଓ ୭ ପ୍ଲଟ୍ ଠାବ ହେବା ସହ ଦେଢ଼ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଊର୍ଦ୍ଧ୍ୱ ସୁନାଗହଣା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ସେହିପରି ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ, ୧୫ଟି ଦାମୀ ହାତ ଘଣ୍ଟା ଠାବ ହୋଇଥିଲା। ଏପରିକି କାଲି ଭିଜିଲାନ୍ସ ରେଡ୍‌ ବେଳେ ଝରକା ପଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ବାହାରକୁ ଫିଙ୍ଗି ଦେଇଥିଲେ ଯନ୍ତ୍ରୀ। ଯନ୍ତ୍ରୀଙ୍କ ଘରେ ଟଙ୍କାର ପାହାଡ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଭିଜିଲାନ୍ସ କର୍ମଚାରୀ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ବୈକୁଣ୍ଠଙ୍କର ଅନୁଗୋଳ କରଡ଼ାଗଡ଼ିଆରେ ୩୨୦୦ ବର୍ଗଫୁଟରେ ଦୁଇ ମହଲା କୋଠା, ମାଟିଆ ସାହିରେ ୧୦୦୦ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା, ଭୁବନେଶ୍ୱର ଡୁମୁଡୁମାରେ ଥିବା ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଏବଂ ପିପିଲିରେ ଆଉ ଏକ ଫ୍ଲାଟ ରହିଛି। ଭୁବନେଶ୍ୱର ଓ ଅନୁଗୋଳ ଉପକଣ୍ଠରେ ୭ଟି ଉଚ୍ଚମୂଲ୍ୟ ପ୍ଲଟ୍‌ ଠାବ ହୋଇଛି। ଏଥିସହ ଘରୁ ମୋଟ ନଗଦ ୨ କୋଟି ୫୬ ଲକ୍ଷ ୨୯ ହଜାର ୨୯୯ ଟଙ୍କା ମିଳିଛି। ଏଥିରୁ କରଡ଼ାଗଡ଼ିଆ ବାସଭବନରେ ଏକ ଛୋଟ କାର୍ଟୁନରେ ଥିବା ୩୦ଲକ୍ଷ ଟଙ୍କା ସମେତ ୧ କୋଟି ୩୪ ଲକ୍ଷ ୩୪ ହଜାର ୨୯୯ ଟଙ୍କା ଏବଂ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍‌ରୁ ୧ କୋଟି ୨୧ ଲକ୍ଷ ୯୫ ହଜାର ରହିଛି। ସେହିପରି ୧୧୪୧.୫ ଗ୍ରାମର ସୁନା ଅଳଙ୍କାର ଓ ୧୫ଟି ଦାମୀ ହାତଘଡି ମିଳିଥିଲା। ଯନ୍ତ୍ରୀଙ୍କ ବ୍ୟାଙ୍କ ଓ ଜୀବନବୀମା ଜମା ୧.୫ କୋଟି ରହିଥିବାବେଳେ ୧୫.୪୪ ଲକ୍ଷ ଟଙ୍କାର ଗୋଟିଏ କାର (ମାରୁତି ସ୍ବିଫ୍ଟ), ଗୋଟିଏ ଦୁଇଚକିଆ ଯାନ ଏବଂ ଘରୋଇ ସାମଗ୍ରୀ ଠାବ ହୋଇଛି। ଅନୁଗୋଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ହେଉଥିବା ଏହି ଯାଞ୍ଚରେ ଭିଜିଲାନ୍ସର ୮ ଡିଏସ୍‌ପି, ୧୨ ଇନ୍ସପେକ୍ଟର, ୬ ଏଏସ୍‌ଆଇ ଏବଂ ଅନ୍ୟ ସହକର୍ମଚାରୀ ସାମିଲ ଥିଲେ।

ବୈକୁଣ୍ଠ ୧୯୯୧ ସେପ୍ଟେମ୍ବର ୩୦ରେ ପଞ୍ଚାୟତିରାଜ ବିଭାଗରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ମାସିକ ଦରମା ଥିଲା ୨ହଜାର ଟଙ୍କା। ପରେ ସେ ବିଭିନ୍ନ ପଦବୀକୁ ପଦୋନ୍ନତି ପାଇଥିଲେ। ୨୦୨୩ ଜାନୁଆରୀରେ ବୈକୁଣ୍ଠ ଅତିରିକ୍ତ ମୁଖ୍ୟଯନ୍ତ୍ରୀକୁ ପଦୋନ୍ନତି ପାଇଥିବା ବେଳେ ୨୦୨୫ ଜାନୁଆରୀରୁ ସେ ମୁଖ୍ୟଯନ୍ତ୍ରୀ ଭାବେ କାମ କରୁଥିଲେ। ମେ ୩୧ ଶନିବାର ସେ ଅବସର ଗ୍ରହଣ କରିଥାନ୍ତେ। ହେଲେ ଏହା ପୂର୍ବରୁ ବୈକୁଣ୍ଠ ଭିଜିଲାନ୍ସ ଜାଲରେ ଫସିଗଲେ।

Leave A Reply

Your email address will not be published.