ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ମିସ୍ ୱାର୍ଲ୍ଡ ୨୦୨୫ ମୁକୁଟ ପିନ୍ଧିଲେ ଥାଇଲାଣ୍ଡ ସୁନ୍ଦରୀ

0

ହାଇଦ୍ରାବାଦ: ୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ। ଏହି ଇଭେଣ୍ଟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ତେବେ ଇଥିଓପିଆର ହାସେଟ୍ ଡେରେଜେ ହେଲେ ପ୍ରଥମ ରନରଅପ୍। ଏହି ପ୍ରତିଯୋଗିତାରେ ମିସ୍ ପୋଲାଣ୍ଡ ତୃତୀୟ ସ୍ଥାନ ପାଇଛନ୍ତି ଓ ମିସ୍ ମାର୍ଟିନିକ୍ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

ଭାରତରେ ଅନୁଷ୍ଠିତ ୭୨ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ଥାଇଲାଣ୍ଡର ସୁନ୍ଦରୀ ଏହି ପ୍ରତିଯୋଗିତାର ମୁକୁଟ ଜିତିଛନ୍ତି। ଏହା ଥାଇଲାଣ୍ଡ ପାଇଁ ଏକ ଐତିହାସିକ ଦିନ ଥିଲା। କାହିଁକିନା ପ୍ରଥମ ଥର ପାଇଁ ଥାଇଲାଣ୍ଡ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ୨୦୨୩ର ମିସ ଇଣ୍ଡିଆ ନନ୍ଦିନୀ ଗୁପ୍ତା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଭାରତକୁ ପ୍ରତିନିଧିତ୍ୱ କରୁଥିବା ନନ୍ଦିନୀ ଗୁପ୍ତା ଶ୍ରେଷ୍ଠ ଆଠ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ।

୨୦୨୪ ମସିହାର ମିସ୍ ୱାର୍ଲ୍ଡ ବିଜେତା କ୍ରିଷ୍ଟିନା ପିସ୍କୋଭା ଓପାଲ ସୁଚାତାଙ୍କୁ ମୁକୁଟ ପିନ୍ଧାଇଥିଲେ। କ୍ରିଷ୍ଟିନା ପିସ୍କୋଭା ଚେକ୍ ଗଣରାଜ୍ୟର। ସେ ଗତ ବର୍ଷ ଏହି ମୁକୁଟ ଜିତିଥିଲେ। ଭାରତ ଏଥର ଏହି ପ୍ରତିଯୋଗିତାର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ୭ ମେରେ ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.