ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ୩ ଗୁରୁତର

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ସିରିଜ ଦୁର୍ଘଟଣା ଘଟିଛି। ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ସିରିଜ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି। ଅଟୋ ସାଙ୍ଗକୁ ଦୁଇଟି କାରକୁ ପଛରୁ ଧକ୍କା ଦେଇଛି ଅନ୍ୟ ଏକ କାର। ଏହା ପରେ କାରଟି ଏକ ସରକାରୀ କ୍ୱାର୍ଟର୍ସ ଗେଟ ଭାଙ୍ଗି ଘର ଭିତରକୁ ମାଡି ଯାଇଥିବା ସୂଚନା ମିଳିଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ଡ୍ରାଇଭର ଅଟକ ରହିଛନ୍ତି। କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଥିବା ବେଳେ ପଛପଟୁ ଆସି ଏକ ଅଟୋ ସହିତ ଧକ୍କା ଦେଇଥିଲେ। ଯାହା ପରେ ପଛକୁ ପଛ ଆସି ଆଉ ଦୁଇ କାର ମଧ୍ୟରେ ଧକ୍କା ହୋଇଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁ ଯାୟୀ, ଡ୍ରାଇଭର ଜଣକ ଏତେ ନିଶାରେ ଥିଲେ ଯେ ଠିକ୍ ଭାବରେ ଠିଆ ମଧ୍ୟ ହୋଇ ପାରୁନଥିଲେ। ଏହା ପରେ ଆଉ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ସରକାରୀ କ୍ୱାର୍ଟର୍ସର ଗେଟ ଭାଙ୍ଗି ଘର ଭିତରକୁ ମାଡି ଯାଇଥିଲା। ଯେତେବେଳେ କାରଟି ଧକ୍କା ଦେଲା, ସେତେବେଳେ କିଛି କାର ଓ ଅଟୋ ରାସ୍ତାରେ ପାର୍କ ହୋଇଥିଲା।

ଆଉ ଜଣେ ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି, ଏଜି ଛକ ପଟୁ ଏକ କାର ଆସୁଥିବା ବେଳେ ରାସ୍ତା କଡରେ ଆଉ ଏକ କାର ପାର୍କ ହୋଇଥିଲା। ଆମେ ଅଟୋ ପାଖରେ ଛିଡା ହୋଇଥିଲୁ। କାରଟି ଏତେ ଜୋର ଧକ୍କା ଦେଇଥିଲା ଯେ, ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାୟାଇ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସ୍ଥାନୀୟ ପୋଲିସ୍ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.