ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପରିବେଶବିତ୍‌ ମେଧା ପାଟେକରଙ୍କୁ ରେଳ ଷ୍ଟେସନରୁ ଉଠାଇ ନେଲା ପୋଲିସ

0

ରାୟଗଡା:ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ଅଟକ ରଖିଛି ରାୟଗଡା ପୋଲିସ। ରାୟଗଡା ରେଳ ଷ୍ଟେସନରୁ ପୋଲିସ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ କାଶୀପୁର ବ୍ଲକର ସୁଙ୍ଗେର ହାଟପଦାଯାଉଥିବା ବେଳେ ପୋଲିସ ଉଠାଇ ନେଇଛି।

ତେବେ ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ, ମେଧା ପାଟେକରକୁ ନିର୍ଜନ ସ୍ଥାନରେ ରଖି କାର୍ଯ୍ୟକ୍ରମକୁ ନଯିବା ପାଇଁ ବୁଝାସୁଝା କରୁଛି ପୋଲିସ। ତେବେ ଖାଲି ମେଧା ନୁହଁ ବିଶ୍ୱ ପରିବେଶ ଦିବସ ଅବସରରେ “ମା ମାଟି ମାଳି ସୁରକ୍ଷା ମଞ୍ଚ” ନେତୃତ୍ୱରେ ସୁଙ୍ଗେରରେ ହେବାକୁ ଯାଉଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ନେତୃତ୍ବମାନଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଯାଇଛି।
ସୂଚନାଯୋଗ୍ୟ, ମାଆ-ମାଟି-ମାଳି ସୁରକ୍ଷା ମଞ୍ଚ ଦ୍ୱାରା କାଶୀପୁର ବ୍ଲକ ଅନ୍ତର୍ଗତ ହାଟପଦାରେ ଆୟୋଜିତ କରାଯାଇଥିବା ଏହି ସମାବେଶରେ ଶତାଧିକ ଆଦିବାସୀ କର୍ମକର୍ତ୍ତା ଯୋଗ ଦେବାର ଥିଲା। ସିଜିମାଳି ବକ୍ସାଇଟ ଖଣିଠାରୁ ମାତ୍ର କିଛି ଦୂରରେ ଏହି ଗାଁ ଅବସ୍ଥିତ। ୧୫୪୯ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ସିଜିମାଳି ବକ୍ସାଇଟ ଖଣିରୁ ବାର୍ଷିକ ୯୦ ଲକ୍ଷ ଟନ ଖଣି ଖନନ କରେ ବେଦାନ୍ତ। ଗତ କିଛି ବର୍ଷ ହୋଇଯିବ ଏହି ଖଣି ଖନନକୁ ନେଇ ଉତ୍ତେଜନା ଲାଗି ରହିଛି।

ସ୍ଥାନୀୟ ଆଦିବାସୀମାନେ ଅଭିଯୋଗ ଆଣିଛନ୍ତି ଯେ, ବେଦାନ୍ତ କମ୍ପାନୀର ଚାପରେ ମାଇନିଂ ବିରୋଧରେ ଲୋକଙ୍କ ସ୍ୱରକୁ ଚାପି ଦେଉଛନ୍ତି ସ୍ଥାନୀୟ ପୋଲିସ ଓ ପ୍ରଶାସନ। ଏପରିକି ଜୁନ ୪ ତାରିଖରୁ ୨୦ ଜଣ ଆନ୍ଦୋଳନକାରୀଙ୍କୁ ୨ ମାସ ପାଇଁ ଜିଲ୍ଲାରେ ପ୍ରବେଶ ଉପରେ ରୋକ ଲାଗିଛି। ଏପରିକି କୌଣସି ଆନ୍ଦୋଳନ କରିବା ପାଇଁ ସେମାନଙ୍କୁ ବାରଣ କରାଯାଇଛି। ବେଦାନ୍ତ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀମାନଙ୍କ ମଧ୍ୟରୁ ଗୋଟିଏ। ସେ ୨୦୦୭ରୁ କଳାହାଣ୍ଡିର ଲାଞ୍ଜିଗଡରେ ଖଣି ରିଫାଇନରି ପରିଚାଳନା କରୁଛି।

Leave A Reply

Your email address will not be published.