ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଚଳିତ ଜୁନ୍‌ରେ ସରିବ ରାସନ୍‌ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ

0

ଭୁବନେଶ୍ବର: ଚଳିତ ଜୁନ୍‌ରେ ସରିବ ରାସନ୍‌ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ। ଏନେଇ ଗୁରୁବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ୨୦ ଲକ୍ଷ ଇ-କେୱାଇସି କରିନାହାଁନ୍ତି। ପ୍ରାୟ ୯୫ ପ୍ରତିଶତ ଲୋକ ଇ-କେୱାଇସି କରି ସାରିଛନ୍ତି। ଜୁନ୍‌ରେ ଅବଧି ସରିବା ପରେ ଅଯୋଗ୍ୟ ବାଦ୍‌ ପଡିବେ। ଅନ୍ୟପକ୍ଷେ ପିଡିଏସ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର। ଆବେଦନକାରୀଙ୍କ ଯାଞ୍ଚ ଓ ସ୍ଥାନୀୟ ଅଞ୍ଚଳରେ ଭେରିଫିକେସନ ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ରାସନ କାର୍ଡ ପ୍ରସ୍ତୁତ କରାଯାଇ ଯାଞ୍ଚ ଚାଲିଛି। ଏଥିପାଇଁ ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି (e-KYC) ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନାର ସଫଳ ଆରମ୍ଭ ପରେ ଓଡ଼ିଶା ସରକାର ପିଡିଏସ ବ୍ୟବସ୍ଥାକୁ ମଜବୁତ କରିବାକୁ ଚାହୁଁଛନ୍ତି। ଅନ୍ୟପଟେ ପୂର୍ବ ବିଜେଡି ନେତୃତ୍ୱାଧୀନ ପ୍ରଶାସନକୁ ଟାର୍ଗେଟ କରି ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଗତ ୧୩ ବର୍ଷ ମଧ୍ୟରେ କୌଣସି ନୂତନ ରାସନ କାର୍ଡ ପ୍ରଦାନ କରାଯାଇନାହିଁ। ସେ ଏହାକୁ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ସରକାରଙ୍କ ଆଭିମୁଖ୍ୟ ସହିତ ତୁଳନା କରି କହିଛନ୍ତି ଯେ କଲ୍ୟାଣକାରୀ ଯୋଜନାରେ ସୁଗମତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଇଛି। ବିଜେପି କ୍ଷମତାକୁ ଆସିବା ପରଠାରୁ, ସରକାର ରାସନ କାର୍ଡ ପାଇଁ ୧୭ ଲକ୍ଷରୁ ଅଧିକ ନୂତନ ଆବେଦନ ପାଇଛନ୍ତି। ପ୍ରାୟ ୬ ଲକ୍ଷ ରାସନ କାର୍ଡ ବଣ୍ଟା ସରିଛି ଏବଂ ଆହୁରି ୧୫ ଲକ୍ଷ ପ୍ରଦାନ ପାଇଁ ଅନୁମୋଦନ ଦିଆଯାଇଛି।

Leave A Reply

Your email address will not be published.