ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ମହୁଆ ମୋଇତ୍ରାଙ୍କୁ ବିବାହ କଲେ ପିନାକୀ ମିଶ୍ର

0

ନ୍ୟୁଜ୍ ବ୍ୟୁରୋ: ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର। ୬୫ବର୍ଷ ବୟସରେ ପିନାକୀ, ୫୦ବର୍ଷିୟ ମହୁଆଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହ ଜର୍ମାନୀରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।
ଟିଏମସି ସାଂସଦ ମହୁଆ ମୋଇତ୍ର, ବିଜୁ ଜନତା ଦଳ ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ ଭାବେ ବାଛିଛନ୍ତି। ଦୁହେଁ ଜର୍ମାନୀରେ ସିକ୍ରେଟ୍ ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଉଭୟଙ୍କ ବିବାହର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି, ଦୁହେଁ ଅତି ନିକଟତର ବନ୍ଧୁ ପରିଜନଙ୍କ ମେଳରେ ଜର୍ମାନୀରେ ବିବାହ କରିଛନ୍ତି।

‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହୁଆ ଏବଂ ପିନାକୀ ଜର୍ମାନୀରେ ସିକ୍ରେଟ୍ ବିବାହ କରିଛନ୍ତି। ଏହି ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖବରରେ ଅଛନ୍ତି। ନିଜର କଥା କହିବାର ଅନ୍ଦାଜ୍ ଏବଂ ସ୍ପଷ୍ଟଭାଷୀ ପାଇଁ ବେଶ୍ ବିବାଦରେ ମଧ୍ୟ ଫସିଛନ୍ତି ମହୁଆ। ମହୁଆ ପୂର୍ବରୁ ଡେନମାର୍କର ଆର୍ଥିକ ବ୍ୟବସାୟୀ ଲାର୍ସ ବ୍ରୋସେନଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ, ପରେ ସେମାନଙ୍କର ଛାଡପତ୍ର ହୋଇଥିଲା।

ବର୍ତ୍ତମାନ ସାଂସଦ ଭାବରେ ମହୁଆ ମୋଇତ୍ରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଚାଲିଛି। ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ କଲ୍ୟାଣ ଚୌବେଙ୍କୁ ପରାସ୍ତ କରିଥିଲେ। ମହୁଆ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଏଥର ସେ ବିଜେପି ପ୍ରାର୍ଥୀ ଅମ୍ରିତା ରାୟଙ୍କୁ ପରାସ୍ତ କରିଛନ୍ତି।

Leave A Reply

Your email address will not be published.