ଛତିଶଗଡ଼: ଛତିଶଗଡ଼ ସୁକମା ଜିଲା କୋଣ୍ଟା-ଏରାବୋରା ରାସ୍ତାରେ ସୋମବାର ଏକ ବଡ଼ଧରଣର ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ଏଏସପି ପୋଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଅନେକ କର୍ମଚାରୀ ଏବଂ ଅଧିକାରୀ ଆହତ ହୋଇଛନ୍ତି। ଏହି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି। ସହିଦ ହୋଇଥିବା ଏଏସପି ହେଉଛନ୍ତି ଆକାଶ ରାଓ ଗିରିପୁଞ୍ଜେ।
ଆସନ୍ତା କାଲି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ତା ପୂର୍ବରୁ ମାଓବାଦୀଙ୍କ ଦ୍ୱାରା କୌଣସି ହିଂସା ଆଶଙ୍କା କରି ଏଏସପି ଆକାଶ ରାଓ ଗିରିପୁଞ୍ଜେ ଫୁଟ ପାଟ୍ରୋଲିଂ କରୁଥିଲେ । ସୁକମା ଜିଲା ଗୋଲାପଲ୍ଲିରେ ମାଓବାଦୀମାନେ ଏକ ପୋକଲେନରେ ନିଆଁ ଲଗାଇ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ସୁକମାରୁ ଏକ ପୁଲିସ ଦଳ ସେଠାରେ ପହଞ୍ଚିଥିଲେ। ଯେଉଁଥିରେ ଏଏସପି, ଏସଡିପିଓ ତଥା ଦାୟିତ୍ଵରେ ଥିବା ଥାନା ଅଧିକାରୀ ସାମିଲ ଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଶହୀଦ ହୋଇଛନ୍ତି। ଏଥିସହ ଏସଡିପିଓ ଏବଂ ଦାୟିତ୍ଵରେ ଥିବା ଥାନା ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଅଧିକ ଚିକିତ୍ସା ପାଇଁ କୋଣ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।
ପ୍ରମୁଖ ଖବର
ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍