ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ସୁକମାରେ ଆଇଇଡି ବିସ୍ଫୋରଣ: ଏଏସପି ଶହୀଦ

0

ଛତିଶଗଡ଼: ଛତିଶଗଡ଼ ସୁକମା ଜିଲା କୋଣ୍ଟା-ଏରାବୋରା ରାସ୍ତାରେ ସୋମବାର ଏକ ବଡ଼ଧରଣର ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ଏଏସପି ପୋଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଅନେକ କର୍ମଚାରୀ ଏବଂ ଅଧିକାରୀ ଆହତ ହୋଇଛନ୍ତି। ଏହି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି। ସହିଦ ହୋଇଥିବା ଏଏସପି ହେଉଛନ୍ତି ଆକାଶ ରାଓ ଗିରିପୁଞ୍ଜେ।
ଆସନ୍ତା କାଲି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ତା ପୂର୍ବରୁ ମାଓବାଦୀଙ୍କ ଦ୍ୱାରା କୌଣସି ହିଂସା ଆଶଙ୍କା କରି ଏଏସପି ଆକାଶ ରାଓ ଗିରିପୁଞ୍ଜେ ଫୁଟ ପାଟ୍ରୋଲିଂ କରୁଥିଲେ । ସୁକମା ଜିଲା ଗୋଲାପଲ୍ଲିରେ ମାଓବାଦୀମାନେ ଏକ ପୋକଲେନରେ ନିଆଁ ଲଗାଇ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ସୁକମାରୁ ଏକ ପୁଲିସ ଦଳ ସେଠାରେ ପହଞ୍ଚିଥିଲେ। ଯେଉଁଥିରେ ଏଏସପି, ଏସଡିପିଓ ତଥା ଦାୟିତ୍ଵରେ ଥିବା ଥାନା ଅଧିକାରୀ ସାମିଲ ଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଶହୀଦ ହୋଇଛନ୍ତି। ଏଥିସହ ଏସଡିପିଓ ଏବଂ ଦାୟିତ୍ଵରେ ଥିବା ଥାନା ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଅଧିକ ଚିକିତ୍ସା ପାଇଁ କୋଣ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.