ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

0

କଳାହାଣ୍ଡି: କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତାଙ୍କ ବିରୁଦ୍ଧରେ ଦୁର୍ନୀତି କରିଥିବା ଅଭିଯୋଗ ହେଇଥିଲା। ଏହାର ତଦନ୍ତ କରି ଆଜି ରାଜସ୍ବ ବିଭାଗ ତାଙ୍କୁ ନିଲମ୍ବନ କରିଛି। ଶ୍ରୀ ପିଲ୍ଲା ଏଠାରେ ସାଧାରଣ ପ୍ରଶାସନ ଓ ବିବିଧ ଶାଖା ବିଭାଗର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।

ଗତ ୨୦୨୦ରୁ ୨୦୨୨ ମଧ୍ୟରେ ଭୁବନେଶ୍ୱରରେ ସେ ଅତିରିକ୍ତ ତହସିଲଦାର ଥିବା ସମୟରେ ବଡ଼ ଧରଣର ହେରଫେର କରିଥିଲେ। ସରକାରୀ ଜମିକୁ ମ୍ୟୁଟେସନ, ଲିଜ ଜମିକୁ କିସମ ପରିବର୍ତ୍ତନ, ରିଜେକ୍ଟ କେସକୁ ରିଓପନ କରି ମ୍ୟୁଟେସନ କରିଥିବା ନେଇଁ ଚିତ୍ତରଞ୍ଜନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏପରିକି ଜମି ହେରଫେର ନେଇ EOWରେ ମାମଲା ରହିଛି। ଏନେଇ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ଭବାନୀପାଟଣା ଜିଲାପାଳଙ୍କ ଅଫିସର ଗ୍ରିଭାନ୍‌ସ ସେଲରେ ବର୍ତ୍ତମାନ ସେ କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.