ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୧୦ ଗିରଫ

0

ଗଜପତି: ଅନ୍ଧବିଶ୍ୱାସର କୁପରିଣତି। ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ କାମ୍ବି ମଳିକ ହତ୍ୟା ଘଟଣାର ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ୮ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ କାତି ଜବତ ହୋଇଛି।

ସୂଚନା ଅନୁସାରେ ଗତ ମଙ୍ଗଳବାର ରାତିରେ କାମ୍ବି ମଳିକ ଘରେ ଏକୁଟିଆ ଥିବାବେଳେ ଗାଁର ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ହତ୍ୟାକରି ଗାଁ ନିକଟସ୍ଥ ଜଙ୍ଗଲରେ ପୋଡିଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୁଇହୁରୁ ଗାଁରେ ତଦନ୍ତ କରିଥିଲା ପୋଲିସ। ପୋଡ଼ାଯାଇଥିବା ସ୍ଥାନରୁ ହାଡ଼ ପାଉଁଶ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ତେବେ ଗୁଣି ସନ୍ଦେହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଗ୍ରାମବାସୀ କହୁଛନ୍ତି। ଅନ୍ୟପଟେ ମହିଳା ମାନଙ୍କୁ ଅସଦାଚରଣ କରିବା ଯୋଗୁଁ ଗ୍ରାମବାସୀ ଅତିଷ୍ଟ ହୋଇପଡ଼ିଥିଲେ ବୋଲି ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅନ୍ୟ ସମ୍ପୃକ୍ତଙ୍କୁ ଗିରଫ କରାଯିବ ବୋଲି ମୋହନା ଥାନା ଅଧିକାରୀ କହିଛନ୍ତି।

Leave A Reply

Your email address will not be published.