ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସପ୍ଲାୟର ଗିରଫ

0

ଛତିଶଗଡ: ଛତିଶଗଡ ନାରାୟଣପୁର ପୋଲିସ ମିଳିଛି ବଡ ସଫଳତା। ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ମାଓ ସପ୍ଲାୟରକୁ ଯବାନ ଓ ପୋଲିସର ମିଳିତ ଟିମ୍ ଗିରଫ କରିଛି। ଛତିଶଗଡ ନାରାୟଣପୁର ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପ ରୋକିବା ପାଇଁ ଖୋଳତାଳ ଜାରି ରହିଥିବା ବେଳେ ଏହି ସଫଳତା ମିଳିଛି।

ନକ୍ସଲମାନଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର, କାର୍ଟ୍ରିଜ୍, ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ ପାଇଁ ଅନେକ ଦିନ ଧରି ଅଭିଯାନ ଜାରି ରହିଥିଲା। ନାରାୟଣପୁର ପୋଲିସ ନାକାବନ୍ଦୀ କରି କୁତୁଲ ରାସ୍ତାରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ପଚରାଉଚରା ସମୟରେ ବ୍ୟକ୍ତିର ନାଁ ପ୍ରକାଶ ସୋନି ବୋଲି କହିବା ସହ ତା ନିକଟରୁ ପ୍ରାୟ ୩ ମିଟର କର୍ଡେକ୍ସ ତାର, ବିଦ୍ୟୁତ୍ ତାର, ସ୍କାନର (ୱାକି ଟକି), ୨୦ ରାଉଣ୍ଡ ଗୁଳି, ୩ ଡିଟୋନେଟର ଜବତ କରାଯାଇଥିଲା। ଯାହାକୁ ନକ୍ସଲମାନଙ୍କୁ ଯୋଗାଣ ପାଇଁ ରଖାଯାଇଥିଲା ବୋଲି ବ୍ୟକ୍ତି ଜଣକ ସ୍ୱୀକାର କରିଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.