ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସପ୍ଲାୟର ଗିରଫ

0

ଛତିଶଗଡ: ଛତିଶଗଡ ନାରାୟଣପୁର ପୋଲିସ ମିଳିଛି ବଡ ସଫଳତା। ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ମାଓ ସପ୍ଲାୟରକୁ ଯବାନ ଓ ପୋଲିସର ମିଳିତ ଟିମ୍ ଗିରଫ କରିଛି। ଛତିଶଗଡ ନାରାୟଣପୁର ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପ ରୋକିବା ପାଇଁ ଖୋଳତାଳ ଜାରି ରହିଥିବା ବେଳେ ଏହି ସଫଳତା ମିଳିଛି।

ନକ୍ସଲମାନଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର, କାର୍ଟ୍ରିଜ୍, ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ ପାଇଁ ଅନେକ ଦିନ ଧରି ଅଭିଯାନ ଜାରି ରହିଥିଲା। ନାରାୟଣପୁର ପୋଲିସ ନାକାବନ୍ଦୀ କରି କୁତୁଲ ରାସ୍ତାରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ପଚରାଉଚରା ସମୟରେ ବ୍ୟକ୍ତିର ନାଁ ପ୍ରକାଶ ସୋନି ବୋଲି କହିବା ସହ ତା ନିକଟରୁ ପ୍ରାୟ ୩ ମିଟର କର୍ଡେକ୍ସ ତାର, ବିଦ୍ୟୁତ୍ ତାର, ସ୍କାନର (ୱାକି ଟକି), ୨୦ ରାଉଣ୍ଡ ଗୁଳି, ୩ ଡିଟୋନେଟର ଜବତ କରାଯାଇଥିଲା। ଯାହାକୁ ନକ୍ସଲମାନଙ୍କୁ ଯୋଗାଣ ପାଇଁ ରଖାଯାଇଥିଲା ବୋଲି ବ୍ୟକ୍ତି ଜଣକ ସ୍ୱୀକାର କରିଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.